Sunday, November 15, 2026
Home ଆଞ୍ଚଳିକ କାଲିଠୁ ଖୋଲିବ ସ୍କୁଲ, ଗଣଶିକ୍ଷା ବିଭାଗର ଏସଓପିକୁ ଦିଆଯିବ ଗୁରୁତ୍ୱ

କାଲିଠୁ ଖୋଲିବ ସ୍କୁଲ, ଗଣଶିକ୍ଷା ବିଭାଗର ଏସଓପିକୁ ଦିଆଯିବ ଗୁରୁତ୍ୱ

18

ଭୁବନେଶ୍ୱର, ୨୫/୦୭/୨୧ (ଜିଲ୍ଲା ଖବର) : କାଲିଠୁ ଖୋଲିବ ସ୍କୁଲ। ଏଥିପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ । ଗଣଶିକ୍ଷା ବିଭାଗ ଏସଓପି ଆଧାରରେ ଦଶମ ଓ ଦ୍ଵାଦଶ ଛାତ୍ରଛାତ୍ରୀ ମାନଙ୍କ ଲାଗି ବିଦ୍ୟାଳୟରେ ଶ୍ରେଣୀ ଗୃହ ପାଠପଢ଼ା ଆରମ୍ଭ ହେବ। ଏଥିପାଇଁ ଅଭିଭାବକଙ୍କ ଅନୁମତି ବାଧ୍ୟତାମୂଳକ। ସ୍କୁଲରେ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ‌।

ଏହାକୁ ଦୃଷ୍ଟିରେ ରଖି ସ୍କୁଲରେ ବିଶୋଧନ ଶେଷ ହୋଇଛି। ସ୍କୁଲ ଖୋଲିବା ପରେ ପର‌୍ୟ୍ୟାୟକ୍ରମେ ଜିଲ୍ଲା ନୋଡାଲ ଅଧିକାରୀ ସ୍କୁଲ ଗସ୍ତ କରିବେ। ସେହିପରି କୋଭିଡ ସ୍ଥିତି ଦେଖି ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ହାତରେ ନ୍ୟସ୍ତ ରହିଛି।