Home ଅପରାଧ ହାଇଦର ଏନକାଉଣ୍ଟର ସ୍ଥାନ ବୁଲି ଦେଖିଲେ ସିମୁଳିଆ ଥାନା ପୋଲିସ

ହାଇଦର ଏନକାଉଣ୍ଟର ସ୍ଥାନ ବୁଲି ଦେଖିଲେ ସିମୁଳିଆ ଥାନା ପୋଲିସ

7

ବାଲେଶ୍ଵର, ୨୫/୦୭/୨୧ (ଜିଲ୍ଲା ଖବର) :  ଗ୍ୟାଙ୍ଗଷ୍ଟାର ହାଇଦରଙ୍କର ମୃତ୍ୟୁ ଘଟଣାରେ ସିମୁଳିଆ ଥାନାର ଆଇଆଇସି ଜୟନ୍ତ ବେହେରା ୧୬ ନମ୍ବର ଜାତୀୟ ରାଜପଥରେ ଘଟଣା ଘଟିଥିବା ସ୍ଥାନ ବୁଲି ଦେଖିଛନ୍ତି। ସୂଚନା ଅନୁଯାୟୀ,  ଚୌଦ୍ଵାର ଜେଲରୁ ବାରିପଦା ଜେଲକୁ ଏହି ଗ୍ୟାଙ୍ଗଷ୍ଟାରକୁ ନିଆଯାଉ ଥିବାବେଳେ ସିମୁଳିଆ କଲେଜ ନିକଟସ୍ଥ ଡାଇଭରସନା ପାଖରେ ପରିସ୍ରା କରିବାକୁ ଗାଡ଼ିରୁ ଓହ୍ଲାଇ ଥିଲେ।

ସେଠାରେ ହାଇଦର ଖସି ପଳାଇ ଯିବା ସମୟରେ ପୋଲିସ ଏନକାଉଣ୍ଟର କରିଥିଲେ। ଯାହା ଫଳରେ ସ୍ଥାନୀୟ ଲୋକମାନେ ଗୁଳି ଚାଳନାର ଶବ୍ଦ ଶୁଣିବା ସହ ପୋଲିସ ଗାଡିକୁ ଦେଖିଥିଲେ ଏବଂ କିଛି ପୋଲିସ ଗାଡିରୁ ଉଲ୍ଲାଇ ମୋବାଇଲରେ କଥା ହେଉଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ।

ପରେ ପୋଲିସ ସିମୁଳିଆ କଲେଜ ନିକଟରେ ଥିବା ଡାଇଭରସନ ଛକ ନିକଟରେ ସିମୁଳିଆ ପୋଲିସର ତଦନ୍ତ ଜାରିରଖିଛି। ଏହାସହିତ ସ୍ଥାନୀୟ ଗ୍ରାମବାସୀ ମାନଙ୍କୁ ପଚରା ଉଚରା ଜାରି ରଖିଛନ୍ତି।