Monday, November 16, 2026
Home ଆଞ୍ଚଳିକ ‘ମନ୍ କି ବାତ’ ଜରିଆରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

‘ମନ୍ କି ବାତ’ ଜରିଆରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

31

୨୫/୦୭/୨୧ (ଜିଲ୍ଲା ଖବର) : ‘ମନ୍ କି ବାତ’ ଜରିଆରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦିନ 11ଟା ସମୟରେ 79ତମ ‘ମନ୍ କି ବାତ’ ଜରିଆରେ ପ୍ରଧାମନ୍ତ୍ରୀ ଦେଶବାସୀଙ୍କ ପାଇଁ ନିଜର ବାର୍ତ୍ତା ରଖିବେ ବୋଲି ଜଣାପଡିଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

 ଜୁଲାଇ 23ରୁ କ୍ରୀଡା ମହାକୁମ୍ଭ ଟୋକିଓ ଅଲମ୍ପିକ୍ସ ଆରମ୍ଭ ହୋଇଥିବା ବେଳେ ଭାରତରୁ 117ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଛନ୍ତି। ଏହି କ୍ରୀଡାବିତ ମାନଙ୍କ ମନୋବଳକୁ ଦୃଢ କରିବାକୁ ପ୍ରଧନାମନ୍ତ୍ରୀ ବାର୍ତ୍ତା ରଖିପାରନ୍ତି। ସେହିପରି କୋରୋନାର ତୃତୀୟ ଲହର ଆସିବାର ଆଶଙ୍କା ରହିଥିବା ବେଳେ ଏନେଇ ଦେଶବାସୀଙ୍କ ନିକଟରେ ପ୍ରଧାନମନ୍ତ୍ରୀ ବାର୍ତ୍ତା ରଖିବେ ବୋଲି ଆଶା ରହିଛି।