Wednesday, July 22, 2026
Home ଆଞ୍ଚଳିକ କେନ୍ଦ୍ରାପଡାର 4ଟି ପଞ୍ଚାୟତରେ 144 ଧାରା

କେନ୍ଦ୍ରାପଡାର 4ଟି ପଞ୍ଚାୟତରେ 144 ଧାରା

32

କେନ୍ଦ୍ରାପଡା,୨୫/୦୭/୨୧ (ଜିଲ୍ଲା ଖବର) : କେନ୍ଦ୍ରାପଡା ଜିଲ୍ଲାର 4ଟି ପଞ୍ଚାୟତରେ 144 ଧାରା ଲାଗୁ। ହାଇଦର ଏନକାଉଣ୍ଟରକୁ ନେଇ ଅଘଟଣ ଘଟିବା ଆଶଙ୍କାରେ ଜିଲ୍ଲାର ସହରାଞ୍ଚଳ ସମେତ 4ଟି ପଞ୍ଚାୟତରେ ଜିଲ୍ଲା ପ୍ରଶାସନ ପକ୍ଷରୁ 144ଧାରା ଜାରି କରାଯାଇଛି। ଶନିବାର ରାତି 11ଟାରୁ ଜୁଲାଇ 30ତାରିଖ ଦିନ 11ଟା ଯାଏ ଏସବୁ ସ୍ଥାନରେ 144 ଧାରା ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ହୋଇଛି । ବାଲେଶ୍ବର ଜିଲ୍ଲା ସିମୁଳିଆ ନିକଟରେ ପରିସ୍ରା ବାହାନରେ ପୋଲିସକୁ ଚକମା ଦେଇ ଖସିଯିବାକୁ ଉଦ୍ୟମ କରିଥିଲା ହାଇଦର। ସାଙ୍ଗରେ ଥିବା ସୁରକ୍ଷା କର୍ମୀଙ୍କ ଠାରୁ ବନ୍ଧୁକ ଛଡାଇବା ସହ ଖସିବାକୁ ଉଦ୍ୟମ କରିଥିଲା ଗ୍ୟାଙ୍ଗଷ୍ଟର। ଏହି ସମୟରେ ପୋଲିସ ହାଇଦରକୁ ଏନକାଉଣ୍ଟର କରିଥିବା ବେଳେ ହାଇଦର ପେଟ ଓ ହାତରେ 4ଟି ଗୁଳି ବାଜିଥିଲା। ଏଥରେ ହାଇଦର ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାକୁ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

 ତେବେ ବର୍ତ୍ତମାନ ହାଇଦରର ମୃତଦେହ ବାଲେଶ୍ବର ମେଡିକାଳର ଶବଗୃହରେ ରହିଥିବା ବେଳେ ଆଜି ଶବ ବ୍ୟବଛେଦ୍ଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।