
୨୫/୦୭/୨୧ (ଜିଲ୍ଲା ଖବର) : ଟୋକିଓ ଅଲମ୍ପିକ୍ସ 2020ର ଦ୍ଵିତୀୟ ଦିନରେ ଗୋଟିଏ ରୌପ୍ୟ ପଦକ ଜିତି ଭାରତ ନିଜର ଅଭିଯାନ ଆରମ୍ଭ କରିଛି। ଭାରତୀୟ ଭାରୋତ୍ତଳନକାରୀ ମୀରାବାଇ ଚାନୁ ୱେଟ ଲିଫ୍ଟିଂଗରେ ୪୯ କେଜି ବର୍ଗର କ୍ଲିନ୍ ଆଣ୍ଡ ଜର୍କରେ ସଫଳତା ହାସଲ କରି ରୌପ୍ୟପଦକ ହାସଲ କରିଛନ୍ତି।
କେତେକ ବିଭାଗରେ କିଛି କ୍ରୀଡାବିତ ନିରାଶ ହୋଇଥିବା ବେଳେ ଅଧିକାଂଶ ବିଭାଗରେ ଭାରତୀୟ କ୍ରୀଡାବିତ ମାନେ ପରବର୍ତ୍ତୀ ପର୍ଯ୍ୟାୟକୁ ଉତୀର୍ଣ୍ଣ ହୋଇ ମେଡାଲ ଆଶା ଦୃଢ କରିଛନ୍ତି। ବିଶେଷ କରି ଆଜି ଭାରତୀୟ ମହିଳା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ, ମହିଳା ବକ୍ସର ମେରି କମ, ଟେନିସ ଷ୍ଟାର ସାନିଆ ମିର୍ଜା ପ୍ରମୁଖ ରଣାଙ୍ଗନକୁ ଓହ୍ଲାଉଛନ୍ତି।
ସେହିପରି ପ୍ରଥମ ଦିନରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତୀୟ ହକି ଦଳ ଉତ୍ସାହିତ ଥିବା ବେଳେ ଆଜି ଶକ୍ତିଶାଳୀ ଅଷ୍ଟ୍ରେଲିଆ ଟିମ ସହ ଲଢେଇ କରିବାକୁ ପ୍ରସ୍ତୁତ ହେଉଛି। ଅପରାହ୍ନ 3ଟା ସମୟରେ ପୁରୁଷ ପୁଲ ‘ଏ’ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚର କାର୍ଯ୍ୟକ୍ରମ ରହିଛି।



