
ବ୍ରହ୍ମପୁର, ୨୫/୦୭/୨୧ (ଜିଲ୍ଲା ଖବର) : ଆଜି ଭୋରୁ ବ୍ରହ୍ମପୁର ଉପକଣ୍ଠ ହଳଦିଆ ପଦର ଛକରେ ଅଟୋ ଏବଂ ଟ୍ରାକ୍ଟର ମଧ୍ୟରେ ଧକ୍କା । 5 ରୁ ଉର୍ଦ୍ଧ୍ୱ ଗୁରୁତର ଥିବାବେଳେ ଆଉ କିଛି ଲୋକ ଆହତ ହୋଇଥିବା ଜଣାପଡିଛି । ସମସ୍ତଙ୍କୁ MKCG ରେ ଭର୍ତ୍ତି କରାଯାଇଛି ।
ସୂଚନାନୁଯାୟୀ, ସୋରଳ ରୁ ବ୍ରହ୍ମପୁର ଅଭିମୁଖେ ଗୋଟିଏ ମାଛ ବୋଝେଇ ଅଟୋରେ 12 ଜଣ ମହିଳା ମାଛ ବିକ୍ରି ପାଇଁ ବ୍ରହ୍ମପୁର ଆସୁଥିଲେ । ଆସିବା ବେଳେ ହଳଦିଆପଦର ନିକଟରେ ଅଟୋ ଏବଂ ଟ୍ରାକ୍ଟର ମଧ୍ୟରେ ଧକ୍କା ହୋଇଥିଲା । କାହାର ଗୋଡ଼ କଟିଛି ତ କିଏ ଅତି ଗୁରୁତର ହୋଇଛି । ଘଟଣାସ୍ଥଳ ରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ଦୁଇଜଣଙ୍କୁ କଟକ ସ୍ଥାନାନ୍ତର କରିବାପାଇଁ ଯୋଜନା ହୋଇଥିବା ଜଣାପଡିଛି ।


