Thursday, November 12, 2026
Home ଆଞ୍ଚଳିକ ଆଜିଠୁ 4 ଦିନିଆ ଜମ୍ମୁ-କାଶ୍ମୀର ଓ ଲଦାଖ ଗସ୍ତରେ ରାଷ୍ଟ୍ରପତି

ଆଜିଠୁ 4 ଦିନିଆ ଜମ୍ମୁ-କାଶ୍ମୀର ଓ ଲଦାଖ ଗସ୍ତରେ ରାଷ୍ଟ୍ରପତି

18

୨୫/୦୭/୨୧ (ଜିଲ୍ଲା ଖବର) :  ଆଜିଠୁ 4 ଦିନିଆ ଜମ୍ମୁ-କାଶ୍ମୀର ଓ ଲଦାଖ ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । କାରଗିଲ ଦିବସ ଓ କାଶ୍ମୀର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଅଂଶଗ୍ରହଣ କରିବେ ରାଷ୍ଟ୍ରପତି । ଏନେଇ ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଜୁଲାଇ 26 ରେ କାର୍ଗୀଲ ବିଜୟ ଦିବସର 22 ବର୍ଷ ପୂର୍ତ୍ତି । ତେବେ ଏହି ଅବସରରେ ରାଷ୍ଟ୍ରପତି ଲଦାଖର ଦ୍ରାସ ସ୍ଥିତ କାର୍ଗୀଲ ଯୁଦ୍ଧ ସ୍ମାରକୀରେ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଚଳି ଜଣାଇବେ । ଏହାପରେ ୨୭ ତାରିଖରେ ଶ୍ରୀନଗରସ୍ଥିତ କାଶ୍ମୀର ବିଶ୍ୱବିଦ୍ୟାଳୟର ୧୯ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ।