
ବାଲେଶ୍ୱର, ୨୫/୦୭/୨୧ (ଜିଲ୍ଲା ଖବର) : ହାଇଦର ଏନକାଉଣ୍ଟର ସ୍ଥାନରେ ସାଇଣ୍ଟିଫିକ୍ ଟିମ୍ । ଘଟଣାସ୍ଥଳରେ ଛାନଭିନ କରୁଛି ସାଇଣ୍ଟିଫିକ୍ ଟିମ୍ । ଡାଇଭର୍ସନ ଛକ ନିକଟରେ ସାଇଣ୍ଟିଫିକ୍ ଟିମ୍ ରେ ପହଞ୍ଚିଥିବା ସୂଚନା ରହିଛି ।
ଶନିବାର ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ହୋଇଛି । ବାଲେଶ୍ବର ଜିଲ୍ଲା ସିମୁଳିଆ ନିକଟରେ ପରିସ୍ରା ବାହାନରେ ପୋଲିସକୁ ଚକମା ଦେଇ ଖସିଯିବାକୁ ଉଦ୍ୟମ କରିଥିଲା ହାଇଦର । ସାଙ୍ଗରେ ଥିବା ସୁରକ୍ଷା କର୍ମୀଙ୍କ ଠାରୁ ବନ୍ଧୁକ ଛଡାଇବା ସହ ଖସିବାକୁ ଉଦ୍ୟମ କରିଥିଲା ଗ୍ୟାଙ୍ଗଷ୍ଟର। ଏହି ସମୟରେ ପୋଲିସ ହାଇଦରକୁ ଏନକାଉଣ୍ଟର କରିଥିବା ବେଳେ ହାଇଦର ପେଟ ଓ ହାତରେ 4ଟି ଗୁଳି ବାଜିଥିଲା।
ଏଥିରେ ହାଇଦର ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାକୁ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ତେବେ ବର୍ତ୍ତମାନ ହାଇଦରର ମୃତଦେହ ବାଲେଶ୍ବର ମେଡିକାଳର ଶବଗୃହରେ ରହିଥିବା ବେଳେ ଆଜି ଶବ ବ୍ୟବଛେଦ୍ଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।
ଅନ୍ୟପଟେ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁକୁ ନେଇ କେନ୍ଦ୍ରାପଡାରେ ଅଘଟଣ ଘଟିବା ଆଶଙ୍କାରେ ଜିଲ୍ଲାର ସହରାଞ୍ଚଳ ସମେତ 4ଟି ପଞ୍ଚାୟତରେ ଜିଲ୍ଲା ପ୍ରଶାସନ ପକ୍ଷରୁ 144ଧାରା ଜାରି କରାଯାଇଛି। ଶନିବାର ରାତି 11ଟାରୁ ଜୁଲାଇ 30ତାରିଖ ଦିନ 11ଟା ଯାଏ ଏସବୁ ସ୍ଥାନରେ 144ଧାରା ବଳବତ୍ତର ରହିବବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।



