
୨୫/୦୭/୨୧ (ଜିଲ୍ଲା ଖବର) : ସହଜରେ ପ୍ରଥମ ମ୍ୟାଚ୍ ଜିତିଲେ ସଟଲର ପି.ଭି ସିନ୍ଧୁ । ସିଧାସଳଖ ସେଟରେ ପୋଲିକାର ପୋଭାଙ୍କୁ 21-7 ଓ 21-10ରେ ହରାଇଛନ୍ତି ସିନ୍ଧୁ ।
ରୋଇଂରେ ଅର୍ଜୁନ ଓ ଅରବିନ୍ଦ ସେମିଫାଇନାଲ ପାଇଁ କ୍ବାଲିଫାଏ କରିଛନ୍ତି। ମିକ୍ସଡ ଡବଲ୍ସରେ ସାନିଆ ଓ ଅଙ୍କିତାଙ୍କ ଯୋଡ଼ି ପ୍ରଥମ ସେଟକୁ 6-0ରେ ସହଜରେ ଜିତି ନେଇଛନ୍ତି।
ସେହିପିର ସୁଟିଂରୁ ପୁଣି ନିରାଶା ହାତରେ ଲାଗିଛି । ମନୁ ଭକେର ଓ ୟସସ୍ବିନୀ ଦେସୱାଲ 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଫାଇନାଲରେ ପହଁଚିବାରେ ଅସଫଳ ହୋଇଛନ୍ତି ।
ସେପଟେ ଆଜି ଶକ୍ତିଶାଳୀ ଅଷ୍ଟ୍ରେଲିଆ ଟିମ ସହ ଲଢେଇ କରିବାକୁ ପ୍ରସ୍ତୁତ ହେଉଛି ପୁରୁଷ ହକି ଦଳ। ଅପରାହ୍ନ 3ଟାରେ ପୁଲ ‘ଏ’ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଖେଳାଯିବ।



