Monday, October 12, 2026
Home ଅପରାଧ 16 ଗ୍ରାମ ବ୍ରାଉନସୁଗାର ଜବତ, 5 ଗିରଫ

16 ଗ୍ରାମ ବ୍ରାଉନସୁଗାର ଜବତ, 5 ଗିରଫ

14

ସୁନ୍ଦରଗଡ଼,୨୫/୦୭/୨୧ (ଜିଲ୍ଲା ଖବର) :  ସୁନ୍ଦରଗଡ  ରାଜଗାଙ୍ଗପୁର ଜାମପାଲି ଛକ ନିକଟରୁ 16 ଗ୍ରାମ ବ୍ରାଉନ ସୁଗାର ଜବତ ସହ ୫ ଜଣକୁ ଗିରଫ କରିଛି ପୋଲିସ । 

ସହରରେ ଦୀର୍ଘ ଦିନ ହେବ ବିଭିନ୍ନ ପ୍ରକାରର ମାଦକ ଦ୍ରବ୍ୟର କାରବାର ନେଇ ଅଭିଯୋଗ ହେଉଥିବା ବେଳେ ପୋଲିସ ଚଢାଉ କରି 3 ଟି ଗାଡ଼ିରେ ଯାଉଥିବା 5 ଜଣ ଯୁବକଙ୍କୁ ସନ୍ଦେହରେ ଅଟକାଇ ଥିବା ସହ ବ୍ରାଉନ ସୁଗାର ଜବତ କରିଛି । ଏହାସହ  51 ହଜାର ଟଙ୍କା 4 ଟି ମୋବାଇଲ ଫୋନ ଏବଂ 3 ଟି ମୋଟର ଗାଡ଼ି ଜବତ କରିଛି । ଏହାସହ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।