
ଗଜପତି,୨୫/୦୭/୨୧ (ଜିଲ୍ଲା ଖବର) : ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ । ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁଟ ମୁଖ୍ୟ ବଜାରରେ ଥିବା ନିଳାମ୍ବର ସାହୁଙ୍କ ଜଳଖିଆ ଦୋକାନରେ ଗ୍ୟାସ ଲିକରୁ ଅଗ୍ନିକାଣ୍ଡ ଘଟଛି । ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଛନ୍ତି ଜଳଖିଆ ଦୋକାନୀ । ମୋହନା ଅଗ୍ନିଶମ ବିଭାଗ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
ଦୋକାନର ଆସବାପତ୍ର ୫୦ଭାଗ ଜଳିପୋଡି ନଷ୍ଟ ହୋଇଯାଇଥିବା କୁହାଯାଇଛି । ଗ୍ୟାସ ସିଲିଣ୍ଡରରୁ ପୁର୍ବରୁ ଗ୍ୟାସ ଲିକ ହୋଇ ରହିଥିବା ବେଳେ ନିଆଁ ଲଗାଇବା ବେଳେ ହଠାତ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ଭୟାନକ ରୂପ ଧରି ନିଆଁ ଲାଗୁଥିବା ବେଳେ ଗ୍ରାମବାସୀ ନିଆଁ ଲିଭାଇବାକୁ ଉଦ୍ୟମ କରି ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ ।
ପରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ଦୀର୍ଘ ଏକ ଘଣ୍ଟା ଧରି ଉଦ୍ୟମ ପରେ ନିଆଁ ଲିଭିଥିଲା । ଅଗ୍ନିକାଣ୍ଡରେ ଫ୍ରିଜ୍ ସମେତ ପାଖାପାଖି ଲକ୍ଷାଧିକ ଟଙ୍କାର ସାମଗ୍ରି ଜଳିପୋଡି ନଷ୍ଟ ହୋଇଯାଇଥିବା ଆକଳନ କରାଯାଉଛି ।



