ଚିନ୍ତାଗୁମ୍ଫା ଅଂଚଳରେ ସୁରକ୍ଷା ବାହିନୀ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ

40

ମାଲକାନଗିରି,୨୫/୦୭/୨୧ (ଜିଲ୍ଲା ଖବର) :  ପୁଣି ସୀମାନ୍ତରେ ଗୁଳି ବିନିମୟ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ନିକଟବର୍ତ୍ତୀ ଚିନ୍ତାଗୁମ୍ଫା ଅଂଚଳରେ ସୁରକ୍ଷା ବାହିନୀ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । କୁମ୍ବିଂ ଅପରେସନବେଳେ ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି ।

CRPFର 150 ଓ 131 ବାଟାଲିୟନ, DRG ଯବାନ ଏବଂ STFର ଯବାନଙ୍କ ମିଳିତ ଅପରେସନବେଳେ ଗୁଳିବିନିମୟ ହୋଇଛି । ଲାଲବହିନୀଙ୍କ ସହିଦ ସପ୍ତାହକୁ ଦୃଷ୍ଟିରେ ରଖି କୁମ୍ବିଙ୍ଗ ଅପରେସନ ଚାଲୁଥିବାବେଳେ ଗୁଳି ବିନିମୟ ହୋଇଥିବା ଜଣାପଡିଛି । ବର୍ତ୍ତମାନ ମଧ୍ୟ ଚିନ୍ତାଗୁମ୍ଫା ଅଂଚଳରେ ଗୁଳି ବିନିମୟ ଚାଲିଥିବା SP ସୁନୀଲ ଶର୍ମା ସୂଚନା ଦେଇଛନ୍ତି ।