
୨୫/୦୭/୨୧ (ଜିଲ୍ଲା ଖବର) : ବିଶ୍ୱ କୁସ୍ତି ଚାମ୍ପିଅନସିପରେ ଭାରତ ବହୁତ ସଫଳତା ହାସଲ କରିଛି। ହଙ୍ଗେରୀରେ ଆୟୋଜିତ ଏହି ଚାମ୍ପିଅନସିପରେ ଭାରତର ମହିଳା ଖେଳାଳି ପ୍ରିୟା ମଲ୍ଲିକ ମହିଳା 75 କିଲୋଗ୍ରାମ ଓଜନ ବର୍ଗର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପ୍ରିୟା ବିଶ୍ୱ କୁସ୍ତି ଚାମ୍ପିଅନସିପରେ ବେଲାଋଷର ଖେଳାଳିକୁ 5-0ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।
ପ୍ରିୟା 2019 ରେ ପୁଣେର ଖେଲୋ ଇଣ୍ଡିଆରେ ସ୍ୱର୍ଣ୍ଣ ପଦକ, 2019 ରେ ଦିଲ୍ଲୀରେ 17 ତମ ସ୍କୁଲ ଗେମ୍ସରେ ସ୍ୱର୍ଣ୍ଣ ପଦକ ଏବଂ 2020 ରେ ପାଟନାରେ ଜାତୀୟ କ୍ୟାଡେଟ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। 2020 ମସିହାରେ ଅନୁଷ୍ଠିତ ଜାତୀୟ ବିଦ୍ୟାଳୟ ଗେମ୍ସରେ ପ୍ରିୟା ମଲ୍ଲିକ୍ ସ୍ୱର୍ଣ୍ଣ ଜିତିଥିଲେ।
ମିରବାଇ ଚାନୁ ଶନିବାର ଟୋକିଓ ଅଲିମ୍ପିକ୍ସ -2020 ରେ ଦେଶ ପାଇଁ ରୋପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ। ପ୍ରିୟା ମଲ୍ଲିକଙ୍କ ସଫଳତା ମଧ୍ୟ ଦେଶକୁ ଗର୍ବିତ କରିବାର ସୁଯୋଗ ଦେଇଛି ।



