Sunday, October 11, 2026
Home ଆଞ୍ଚଳିକ ବଳଦ ସହିତ ଅଟୋ ଧକ୍କା

ବଳଦ ସହିତ ଅଟୋ ଧକ୍କା

15

ବାଲିଗୁଡ଼ା,୨୪/୭{ସୁକାନ୍ତ କୁମାର ତ୍ରିପାଠୀ} : ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିଗଡ ଗ୍ରାମର ଲଙ୍କାଗଡ଼ ଛକ ନିକଟରେ ଏକ ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି | ହଳଦୀଆ ରଙ୍ଗର ଅଟୋ ଟି ତୁମୁଡିବନ୍ଧରୁ ରାମପୁର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ବେଳେ ଏକ ବଳଦ ଅଟୋ ସାମ୍ନାକୁ ଦୌଡ଼ି ଆସିଥିଲା I ଫଳରେ ବଳଦକୁ ଧକ୍କା ଦେଇ ରାସ୍ତାରେ ଅଟୋଟି ଓଲଟି ପଡିଥିଲା | ଦୁର୍ଘଟଣାରେ ଅଟୋଟି ସମ୍ପୂର୍ଣ ଭାଙ୍ଗି ଚୁରମାର ହୋଇଯାଇଛି |