
ଗଜପତି,୨୪/୦୭/୨୧ (ଜିଲ୍ଲା ଖବର) : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନ ଚିଟ୍ ଦେଲେ ଗଜପତି ଏସପି ତପନ ପଟ୍ଟନାୟକ । ରୋଷେୟାଙ୍କର ମଧ୍ୟ କୌଣସି ସମ୍ପୃକ୍ତି ନଥିବା କହିଲେ ଏସପି । ସିଡିଆର ଯାଞ୍ଚରୁ ଡିଏଫଓଙ୍କର ବିଦ୍ୟାଭାରତୀଙ୍କର କୌଣସି ସମ୍ପୃକ୍ତି ନଥିବା ଜଣାପଡୁଛି ବୋଲି ସେ କହିଛନ୍ତି ।
DFO ଙ୍କୁ ଜେରା ସମୟରେ ତାଙ୍କର ଏଥିରେ କୌଣସି ସମ୍ପର୍କ ନଥିବା SP କହିଛନ୍ତ । ସମ୍ନାକୁ ଆସିଥିବା ସମସ୍ତ ଚିଠି ବିଦ୍ୟାଭାରତୀଙ୍କ ବୋଲି ଜେରା ସମୟରେ ଜଣା ପଡିଛି । ଏହାସହ ଗୁରାଣ୍ଡି ଥାନା ଆଇଆଇସି ମମତା ପଣ୍ଡା ବିଦ୍ୟାଙ୍କ ଘର ଲୋକଙ୍କ ଫୋନ କଲ ପାଇ ସେଠାକୁ ଯାଇଥିବା ଏସପି ସୂଚନା ଦେଇଛନ୍ତି ।



