
୨୪/୦୭/୨୧ (ଜିଲ୍ଲା ଖବର) : ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ଭାରତରୁ ମିଶ୍ରିତ ଫଳ ମିଳିଛି । ତୀରନ୍ଦାଜୀରେ ମିଳିଛି ଖୁସି ଖବର । ଏଲିମେସନ ରାଉଣ୍ଡ ଜିତି କ୍ବାର୍ଟର ଫାଇନାଲରେ ପହଁଚିଛି ଦୀପିକା କୁମାରୀ ଓ ପ୍ରବୀଣ ଯାଦବଙ୍କ ଯୋଡ଼ି । ୫-୩ ସେଟରେ ତାଇପେ ଖେଳାଳିଙ୍କୁ ହରାଇ କ୍ବାର୍ଟରଫାଇନାଲରେ ସ୍ଥାନ ପକ୍କା କରିଛି ଏହି ଟିମ୍ ।
ପୁରୁଷ ହକି ଦଳ ସହ ନ୍ୟୁଜିଲାଣ୍ଡର ଟକ୍କ୍କର ଜାରି । ପ୍ରଥମ କ୍ବାର୍ଟର ଶେଷ ବେଳକୁ ୧-୧ ସ୍କୋର ରହିଛି । ସେପଟେ ସୁଟିଂରେ ମିଳିଛି ନିରାଶ । ଅପୂର୍ବୀ ଚନ୍ଦେଲା କ୍ବାଲିଫିକେସନ ରାଉଣ୍ଡରୁ ବାହାର ହୋଇଯାଇଛନ୍ତି । ୬୨୬.୫ ପଏଣ୍ଟ ସହ ତାଙ୍କୁ ୧୬ତମ ସ୍ଥାନରେ ସନ୍ତୁଷ ହେବାକୁ ପଡ଼ିଥିଲା । ଆଜି ଭାରତ ସୁଟିଂ, ତୀରନ୍ଦାଜୀ, ବ୍ୟାଡମିଣ୍ଟନ, ହକି, ଟେବୁଲଟେନିସ, ଜୁଯୋ ପରି ବିଭାଗରେ ନିଜର ଦମ୍ ଦେଖାଇବ ।



