Monday, November 16, 2026
Home ଆଞ୍ଚଳିକ ଭାରତ ଗସ୍ତରେ ଆସିବେ ଆମେରିକାର ସେକ୍ରେଟାରୀ ଅଫ ଷ୍ଟେଟ୍ ଏଣ୍ଟୋନୀ ଜେ ବ୍ଲିଙ୍କନ

ଭାରତ ଗସ୍ତରେ ଆସିବେ ଆମେରିକାର ସେକ୍ରେଟାରୀ ଅଫ ଷ୍ଟେଟ୍ ଏଣ୍ଟୋନୀ ଜେ ବ୍ଲିଙ୍କନ

13

୨୪/୦୭/୨୧ (ଜିଲ୍ଲା ଖବର) : ଜୁଲାଇ ୨୭ରେ ଭାରତ ଗସ୍ତରେ ଆସିବେ ଆମେରିକାର ସେକ୍ରେଟାରୀ ଅଫ ଷ୍ଟେଟ୍ ଏଣ୍ଟୋନୀ ଜେ ବ୍ଲିଙ୍କନ। ଦୁଇ ଦିନିଆ ଗସ୍ତରେ ଆସି ଏଣ୍ଟୋନୀ ଜେ ବ୍ଲିଙ୍କନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏଥି ସହିତ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ସେ ଆଲୋଚନା କରିବେ ।

ବିଶେଷ କରି କୋରୋନା ମୁକାବିଲାରେ ଦୁଇ ଦେଶର ସହଭାଗିତା, ଆଞ୍ଚଳିକ ସୁରକ୍ଷା ବ୍ୟବସ୍ଥା, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ପାଣିପାଗ ସମ୍ବନ୍ଧୀୟ ଆଲୋଚନା ହେବ ବୋଲି ସୂଚନା ମିଳିଛି । ତେବେ ଭାରତରେ ଦୁଇ ଦିନ ୨୭ ,୨୮ ତାରିଖରେ ଅବସ୍ଥାନ କରିବା ଏଣ୍ଟୋନୀ ଜେ ବ୍ଲିଙ୍କନ ପରେ କ୍ୱେତ୍ ଅଭିମୁଖେ ଯାତ୍ରା କରି ୨୯ରେ ସ୍ବଦେଶ ଫେରିଯିବେ ବୋଲି ଜଣାପଡିଛି ।