Sunday, November 15, 2026
Home ଆଞ୍ଚଳିକ ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ଶିଳ୍ପାଙ୍କୁ ଜେରା କଲା କ୍ରାଇମବ୍ରାଞ୍ଚ ଟିମ

ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ଶିଳ୍ପାଙ୍କୁ ଜେରା କଲା କ୍ରାଇମବ୍ରାଞ୍ଚ ଟିମ

9

ନୂଆଦିଲ୍ଲୀ, ୨୪/୦୭/୨୧ (ଜିଲ୍ଲା ଖବର) : ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିବା ଅଭିଯୋଗରେ ନିକଟରେ ଗିରଫ ହୋଇଛନ୍ତି ରାଜ କୁନ୍ଦ୍ରା । ସେ ଗିରଫ ହେବା ପରେ ,ଏବେ ଅନେକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଶୁକ୍ରବାର ଦିନ ମୁମ୍ବାଇ ପୁଲିସର କ୍ରାଇମ ବ୍ରାଞ୍ଚ ଟିମ୍ ଜୁହୁ ସ୍ଥିତ ଶିଳ୍ପା ଶେଟ୍ଟୀଙ୍କ ଘରେ ପହଞ୍ଚିଥିଲେ । ଏହାପରେ ତାଙ୍କୁ ପଚରାଉଚୁରା କରିଥିବା ସୂଚନା ମିଳିଛି । ଶିଳ୍ପାଙ୍କୁ କ୍ରାଇମ ବ୍ରାଞ୍ଚ ଟିମ ଅଶ୍ଳୀଳତା ଉପରେ ପ୍ରଶ୍ନ କରିଛି । କାହିଁକି ନାଁ, ଶିଳ୍ପା ହେଉଛନ୍ତି ରାଜଙ୍କ ଅଧିକାଂଶ କମ୍ପାନୀର ଅଂଶୀଦାର ।  ଯେଉଁ କାରଣରୁ ଶିଳ୍ପାଙ୍କୁ ଅଶ୍ଳୀଳ ଭିଡିଓ ତିଆରି ମାମଲାରେ ପଚରାଉଚରା କରିଛି ମୁମ୍ବାଇ କ୍ରାଇମ ବ୍ରାଞ୍ଚ ।

ଶୁକ୍ରବାର ରାଜ କୁନ୍ଦ୍ରାଙ୍କ ପୋଲିସ ହେପାଜତ ବୃଦ୍ଧି ହେବାପରେ ପୋଲିସ ଶିଳ୍ପାଙ୍କ ଘରେ ପହଞ୍ଚିଥିଲା । ପୋଲିସ ରାଜ କୁନ୍ଦ୍ରାଙ୍କୁ ନେଇ ତାଙ୍କ ଘରେ ପହଞ୍ଚି ସର୍ଚ୍ଚ କରିଥିଲା । ଏହା ସହିତ ରାଜ କୁନ୍ଦ୍ରାଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ମଧ୍ୟ ପଚରାଉଚରା କରିଛି ପୋଲିସ । ତେବେ ତାଙ୍କୁ ସମନ ଜାରି କରାଯାଇନଥିବା ଜଣାପଡିଛି । ତଦନ୍ତ ପ୍ରକ୍ରିୟାରେ ଆବଶ୍ୟକ ହେଲେ କ୍ରାଇମବ୍ରାଞ୍ଚ ପକ୍ଷରୁ ସମନ ଜାରି କରାଯାଇପାରେ ।
ସେପଟେ ଅଶ୍ଳୀଳ ଫିଲ୍ମ ତିଆରି କରିବା ମାମଲାରେ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ବମ୍ବେ ହାଇକୋର୍ଟରେ ଏକ ଯାଚିକା ଦାଖଲ କରିଛନ୍ତି ରାଜ କୁନ୍ଦ୍ରା । ରାଜଙ୍କ କହିବା ଅନୁଯାୟୀ, ତାଙ୍କର ଗିରଫଦାରୀ ଅବୈଧ । ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ସମେତ ରୟାନ ଥୋପେ ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି ।