ସର୍ଚ୍ଚ ଅପରେସନ ବେଳେ ୨ ମାଓବାଦୀ ଗିରଫ, ତଦନ୍ତ ଜାରି

9

ମାଲକାନଗିରି,୨୪/୦୭/୨୧ (ଜିଲ୍ଲା ଖବର) : ମାଲକାନଗିରି ଜିଲ୍ଲା ସୀମାନ୍ତରେ ସର୍ଚ୍ଚ ଅପରେସନ ବେଳେ ୨ ମାଓବାଦୀ ଗିରଫ ହୋଇଛନ୍ତି । ଏହାସହ ଅନେକ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା କର୍ମୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲା ରାବାଗୁଡ଼ା ଜଙ୍ଗଲରେ ଜିଲ୍ଲା ପୋଲିସ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିଲା । ସେହି ସମୟରେ ଜଙ୍ଗଲରୁ ୨ ଜଣ ଯୁବକ ଖସି ପଳାଇବା ପାଇଁ ଉଦ୍ୟମ କରିଥିଲେ ।

ଯବାନମାନେ ଯୁବକଙ୍କୁ କାବୁ କରିଥିଲେ । ପଚରାଉଚୁରା ପରେ ଜଣାପଡ଼ିଥିଲା ଦୁହେଁ ମାଓବାଦୀ ବୋଲି । ସେମାନଙ୍କ ନିକଟରୁ କିଛି ମାଓ ସାମଗ୍ରୀ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସୁକୁମା ଏସ୍.ପି ସୁନ୍ଦରରାଜ ପି. ପ୍ରକାଶ । ଗିରଫ ମାଓବାଦୀ ହେଲେ ବାର୍ଷେ ହିଡମା ଓ ସୁକା ।