Wednesday, October 14, 2026
Home ଅପରାଧ ଅଟୋ ସହ ଗଞ୍ଜେଇ ଜବତ : ଚାରି ଗିରଫ

ଅଟୋ ସହ ଗଞ୍ଜେଇ ଜବତ : ଚାରି ଗିରଫ

46

ବାଲିଗୁଡ଼ା, 23/07 {ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପୋଲିସ ପକ୍ଷରୁ ବାରଖମା ଅଞ୍ଚ ରେ ପେଟ୍ରୋଲିଙ୍ଗ ସମୟ ରେ ଏକ ଅଟୋ ଗାଡି ରୁ 45 କେଜି 300 ଶହ ଗ୍ରାମ ବେଆଇନ ଗଂଜେଇ ଜବତ କରିଛି | ବାଲିଗୁଡା ଥାନା ଏସଆଇ ଶାନ୍ତନୁ ପ୍ରଧାନ ଙ୍କ ସହ ଏକ ଟିମ୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିପରୀତ ଦିଗ ପଟୁ ଆସୁଥିବା ବେଳେ ଏକ ବାଜାଜ ଅଟୋ ନମ୍ୱର OD-05-AT 7152 ଯାଞ୍ଚ କରିବା ବେଳେ ଗାଡ଼ିରୁ 45 କେଜି 300 ଗ୍ରାମ ଗଞ୍ଜେଇ ବାହାରିଥିଲା। ବିରାଗୁଡା ଛକ ଠାରେ ଅଭିଯୁକ୍ତ ମାନଙ୍କ ଠାରୁ ଏକ ଵାଇକ ଜବତ ହୋଇଛି ବାଇକ ର ନମ୍ବର OD-05-AH-2866 ଥିବା ଜଣାପଡିଛି | ପୋଲିସ ଗାଡ଼ିଟିକୁ ଜବତ କରି ଥାନାକୁ ଆଣି ତଦନ୍ତ କରୁଛନ୍ତି | ବାଲିଗୁଡ଼ା ଥାନା ଏସଆଇ ଶାନ୍ତୁନୁ ପ୍ରଧାନ କେସ୍ ନଂ 122/21 ଏକ ମାମଲା ରୁଜୁ କରି ଏହାର ତଦନ୍ତ ଚଲାଇଥିବା କହିଛନ୍ତି | ଗିରଫ ଚାରି ଜଣ ହେଲେ ବେଣୁଧର ସେଠି (45), ଓ ବିଦ୍ୟା ଭୂଷଣ ଦାସ (20), ମଧୁପାଟଣା କଟକ ଅଞ୍ଚଳ ର, ଗଦାଧର ପଣ୍ଡା(50) ଚୋୖଦୁଆର ଓ କାଳିନ୍ଦୀସ୍ୱାଇଁ (27), ଖଣ୍ଡପଡା ନୟାଗଡ ର ବୋଲି ଡିଏସପି ସ୍ବରାଜ ଦେଵତା ସୂଚନା ଦେଇଛନ୍ତି |

.