
ମୁମ୍ବାଇ, ୨୩/୦୭/୨୧ (ଜିଲ୍ଲା ଖବର) : ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତ କରିବା ଅଭିଯୋଗରେ ନିକଟରେ ଗିରଫ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ୍ କୁନ୍ଦ୍ରା । ସ୍ବାମୀଙ୍କ ଗିରଫ ପରେ ଲାଇମଲାଇଟରୁ କିଛି ସମୟ ପାଇଁ ଦୂରେଇ ଯାଇଥିଲେ ଶିଳ୍ପା ଶେଟ୍ଟୀ । କିନ୍ତୁ କିଛି ଦିନ ଦୂରେଇ ରହିବା ପରେ, ଗତକାଲି ସେ ସେ କରିଥିବା ଏକ ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି ।
ଶିଳ୍ପା କରିଥିବା ପୋଷ୍ଟରେ ଲେଖକ ଜେମସ୍ ଥବରଙ୍କ ଏକ ପୁସ୍ତକର ଏକ ପୃଷ୍ଠାକୁ ହାଇଲାଇଟ କରିଛନ୍ତି । ସେଥିରେ ଉଲ୍ଲେଖ କରିଛନ୍ତି ଯେ, କ୍ରୋଧରେ ଆମେ ଏପରି ଲୋକଙ୍କ ଆଡକୁ ନଜର ପକାନ୍ତି,ଆମକୁ ଯେଉଁମାନେ ଆଘାତ ଦେଇଛନ୍ତି ,ଅସୁବିଧାରେ ଆମକୁ ପକାଇଛନ୍ତି । ଏଭଳି ପରିସ୍ଥିତିର ସାମ୍ନା କରିବାକୁ ଆମକୁ ବାଧ୍ୟ କରିଛନ୍ତି । ହେଲେ କ୍ରୋଧରେ ପଛକୁ ବା ଡରିକି ଆଗକୁ ଦେଖିବା ଉଚିତ୍ ନୁହେଁ । ବରଂ ଶାନ୍ତ ଓ ସ୍ଥିର ମନରେ ଚାରି ଆଡକୁ ନଜର ପକାଇବା ଉଚିତ୍ ।
ଏପରିକି ନିଜ ଚାକିରୀ ହରାଇବା, କୌଣସି ବଡ ବେମାରୀ ହେବାର ତଥା ନିଜର କାହାକୁ ହରାଇ ବସିବାର ଦୁଃଖ ମଧ୍ୟ ମନରେ ଘର କରିଦିଏ । ତେଣୁ ଯାହା ହୋଇ ସାରିଛି ,ତାକୁ ନେଇ ଚିନ୍ତା ବା ବ୍ୟସ୍ତ,ବିବ୍ରତ ହେବା ଉଚିତ୍ ନୁହେଁ । ହେଲେ ଏ ସବୁ ସମ୍ପର୍କରେ ବେଶି ସଜାଗ ରହିବା ଦରକାର ।
ପୂର୍ବରୁ ମୁଁ ଅନେକ ପ୍ରତିବନ୍ଧକର ସାମ୍ନା କରିଛି । ଆଗକୁ ବି ଏପରି ପ୍ରତିବନ୍ଧକ ସହ ବଞ୍ଚିବି । ତେଣୁ ବିଚଳିତ ନ ହୋଇ ଏକ ଲମ୍ବା ନିଃଶ୍ୱାସ ନେଉଛି । ଭାବୁଛି, ମୁଁ ଭାଗ୍ୟବାନ ଯେ , ବଞ୍ଚି ଯାଇଛି । କୌଣସି ବି ପ୍ରତିବନ୍ଧକ ଆଜି ମୋତେ ମୋ ଜୀବନ ବଞ୍ଚିବାରୁ ଅଟକାଇ ପାରିବ ନାହିଁ ।
ଶିଳ୍ପା ରାଜଙ୍କ ଗିରଫଦାରୀକୁ ନେଇ ସେପରି କିଛି ଉଲ୍ଲେଖ କରି ନ ଥିବା ବେଳେ, ଏପରି ପୋଷ୍ଟ ତାଙ୍କ ଆତ୍ମବିଶ୍ୱାସ ଏବେ ବି ଦୃଢ଼ ଥିବା ଦର୍ଶାଉଛି ।




