
୨୩/୦୭/୨୧ (ଜିଲ୍ଲା ଖବର) : କେଶ ଝଡିବା ସମସ୍ୟା ଆଜିକାଲି ପୁରୁଷ,ମହିଳା ଉଭୟଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି । ଯାହାକୁ ନେଇ ଖାସକରି ଚିନ୍ତାରେ ପଡୁଛନ୍ତି ଯୁବପିଢୀ । ଏଥିରୁ ରକ୍ଷା ପାଇବା ପାଇଁ କିଏ କେତେ କ’ଣ ଉପାୟ ଆପଣାଉଛନ୍ତି । ହୁଏତ ଅନେକଙ୍କୁ ଜଣାନଥିବ ଯେ, ଏଥିରୁ ରକ୍ଷା ପାଇବା ପାଇଁ ସବୁବେଳେ ଘରୋଇ ଉପଚାର ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଏମିତି କିଛି ଘରୋଇ ଉପଚାର ସମ୍ପର୍କରେ ଜାଣିବା ଯାହା ଦ୍ବାରା, ଏହି ସମସ୍ୟା କମ୍ ହୋଇ ପାରିବ ।
-କେଶ ପାଇଁ ସବୁବେଳେ ଲାଭଦାୟକ ନଡିଆ ତେଲ । ତେବେ କେଶ ଝଡିବା ସମସ୍ୟା ପାଇଁ ନଡିଆ ତେଲରେ ,ଗ୍ରୀନ-ଟି ମିଶାଇ ଏକ ପ୍ୟାକ୍ ପ୍ରସ୍ତୁତ କରିବେ । ଏହାପରେ ଏହି ପ୍ୟାକକୁ କେଶରେ ଲଗାଇବେ । କିନ୍ତୁ ମନେ ରଖିବେ ତେଲ ପରିମାଣରେ ଗ୍ରୀନ-ଟିର ମାତ୍ରା ଅଧିକ କରିବେ ନାହିଁ । ୨୦ ରୁ ୨୫ ମିନିଟ ପରେ କେଶକୁ ଶାମ୍ପୁ କରି ଧୋଇ ପାରିବେ ।
-କେଶ ଦୋମୁହାଁ କିମ୍ବା ଝଡୁଥିଲେ, ଏଥିପାଇଁ, କିଓ୍ବି ପେଷ୍ଟ ସହିତ , ଅଲିଭ ଅଏଲ ଏବଂ ପିଆଜ ରସ ନେଇ ମିକ୍ସ କରିବେ । ଏହାପରେ ଏହି ମିଶ୍ରଣକୁ କେଶ ମୂଳ ସହିତ, କେଶରେ ଲଗାଇ ମସାଜ୍ କରିବେ । ଏହାପରେ ୧୦ ରୁ ୧୫ ମିନିଟ ପରେ ଶାମ୍ପୁ କରି କେଶ ଧୋଇବେ ।


