
ନୂଆଦିଲ୍ଲୀ, ୨୩/୦୭/୨୧ (ଜିଲ୍ଲା ଖବର) : ନିଜର ଡାନ୍ସିଂ ଷ୍ଟାଇଲକୁ ନେଇ ବେଶ ପରିଚିତ ନୋରା ଫତେହି । ସବୁବେଳେ ନିଜର ଡାନ୍ସ ଓ ଅନ୍ଦାଜରେ ଦର୍ଶକଙ୍କ ହୃଦୟ ଜିତିବାର କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ । ତାଙ୍କର ଟିକିଏ ଝଲକ ଦେଖିବା ପାଇଁ ସବୁବେଳେ ତାଙ୍କ ଫ୍ୟାନ୍ସ ଚାହିଁ ରହିଥାଆନ୍ତି । ତେବେ ନିକଟରେ ନୋରାଙ୍କୁ କିଛି ୟୁଜର୍ସ ଟ୍ରୋଲ କରିଥିବା ନଜର ଆସୁଛି । ତେବେ କାହିଁକି ନୋରା ଟ୍ରୋଲର ଶିକାର ହୋଇଛନ୍ତି ଆସନ୍ତୁ ଜାଣିବା ।
ନିକଟରେ ମୁମ୍ବାଇରେ ସ୍ପଟ ହୋଇଥିଲେ ନୋରା । ସେଠାରେ ସେ ଏକ ଗୋଲାପି ରଙ୍ଗର ଶାଢୀ ପିନ୍ଧିଥିବା ନଜର ଆସିଥିଲେ । ତାଙ୍କର ଏହି ଲୁକ୍ ଦେଖି ଲାଗୁଛି ସେ ସୁଟିଂ ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି । ସେଠାରେ ତାଙ୍କୁ ପାପାରାଜି ଦେଖିବା ପରେ, ଫଟାଫଟ ତାଙ୍କର ଫଟୋ କ୍ଲିକ୍ କରିବା ଆରମ୍ଭ କରି ଦେଇଥିଲେ । କେବଳ ଏତିକି ନୁହେଁ ,ସେଠାରୁ ସେ ଚାଲି ଚାଲି ଆସିବା ସମୟରେ ତାଙ୍କର ‘ମଡେଲ ଓ୍ବାକ୍’କୁ କିଛି ଲୋକ ନୋଟିସ କରିଥିଲେ ।
କାହିଁକି ନାଁ, ସେ ସାଧାରଣ ଚାଲି ଚାଲୁ ନଥିଲେ । ତାଙ୍କର ଏହି ଚାଲି ଦେଖି କିଛି ୟୁଜର୍ସ ତାଙ୍କର ମଜାକ୍ ଉଡାଉଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ, ‘ଆଶା କରୁଛି ସେ ଜଲଦୀ ସାଧାରଣ ଲୋକଙ୍କ ଭଳି ଚାଲିବା ଶିଖିଯିବେ ‘ । ଅନ୍ୟଜଣେ ଲେଖିଛନ୍ତି , ‘ଏମିତି କାହିଁକି ଚାଲୁଛନ୍ତି’ , କ’ଣ ଡାନ୍ସ କରିବାକୁ ଯିବେ ? ଠିକ୍ ସେମିତି ଅନ୍ୟଜଣେ ଟ୍ରୋଲ କରି ଲେଖିଛନ୍ତି ଯେ, ‘ ୟେ ଏମିତି କାହିଁକି ଚାଲୁଛନ୍ତି । ସାଧାରଣ ଭାବେ ମଧ୍ୟ ତ ଚାଲି ପାରିବେ ‘ । ଏମିତି ଆଉ କିଛି ୟୁଜର୍ସ ମଧ୍ୟ ତାଙ୍କୁ ନିଜ ନିଜର ପ୍ରତିକ୍ରିୟା ଦେଇ ଟ୍ରୋଲ କରୁଛନ୍ତି ।



