Wednesday, October 14, 2026
Home ମୁଖ୍ୟ ଖବର ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପାଳିତ

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପାଳିତ

302

କେସିଙ୍ଗା (ଜିଲ୍ଲା ଖବର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ସ୍ଥିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସର ମଧ୍ୟରେ ପ୍ରଧାନ ଶିକ୍ଷକ ଅରିଫ ସୁଲତାନ ଙ୍କ ସଭାପତିତ୍ୱ ରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପାଳିତ ହୋଇଯାଇଛି । ପ୍ରଥମେ ଗଣେଶ ଙ୍କ ମୂର୍ତ୍ତି ରେ ପୂଜାର୍ଚ୍ଚନା କରି ପ୍ରଦୀପ ପ୍ରଜ୍ୟୁଲନ କରି ସାରିବା ପରେ ପାଠ ପଢିବା ସାଙ୍ଗରେ ଶିଶୁ ମାନଙ୍କ ମଧ୍ୟରେ ଥିବା ପ୍ରତିଭା ଓ ଦକ୍ଷତା ର ଅନ୍ୱେଷଣ କରିବା ନିମନ୍ତେ ଛାତ୍ରଛାତ୍ରୀ ମାନେ ନାଚ, ଗୀତ, ଚିତ୍ରାଙ୍କନ, ବକୃତା, ସୃତ ଲିଖନ କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବ ରେ କେସିଙ୍ଗା ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ରଜନୀକାନ୍ତ ପୋଢ଼ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଶିକ୍ଷୟିତ୍ରୀ ଯଜ୍ଞାସେନି ଦଳପତି, କେସିଙ୍ଗା ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ରାଘବ ମାଝୀ, ସୀମାଞ୍ଚଳ ବୁଦ୍ଧିଆ,ଶରତ ବାରିକ ଯୋଗ ଦେଇଥିଲେ । ଏହି ଉତ୍ସବରେ କେସିଙ୍ଗା ବ୍ଲକ ର ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା 450 ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ 51 ଜଣ ଛାତ୍ରଛାତ୍ରୀ ଙ୍କୁ ଅତିଥିଗଣ ଙ୍କ ଦ୍ଵାରା ପୁରସ୍କୃତ କରିଥିଲେ । ଏହି ଉତ୍ସବ ରେ ଶିକ୍ଷୟିତ୍ରୀ ବନ୍ଦିତା ଦାସ ତଥା ବିଭିନ୍ନ ଶିକ୍ଷକ ଶିକ୍ଷୟିତ୍ରୀ ବିଚାରକ ଭାବେ ଯୋଗ ଦେଇଥିବା ବେଳେ C R C C ସୁରେନ୍ଦ୍ର ଦୋରା ମଞ୍ଚ ପରିଚାଳନା କରିଥିଲେ । ଉକ୍ତ ସ୍କୁଲ ର ଶିକ୍ଷୟିତ୍ରୀ ସନ୍ଧ୍ୟା ଦୋରା ବାଲସି ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ଅଭୟ କୁମାର ଦେବତା, ସୁରେନ୍ଦ୍ର ପ୍ରଧାନ , ବିକ୍ରମ ସାହୁ , ସୌଦାମିନୀ ସିଂହ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।