
୨୩/୦୭/୨୧ (ଜିଲ୍ଲା ଖବର) : ଏସିଏଫ ସୌମ୍ୟରଂଜନ ଡେଥ୍ ମିଷ୍ଟ୍ରି। ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ପତ୍ନୀ ବିଦ୍ୟାଭାରତୀଙ୍କ ଚିଠି ପରେ ଏବେ ହାତରେ ଲାଗିଲା ସୌମ୍ୟ ରଞ୍ଜନଙ୍କ ହାତ ଲେଖା ଚିଠି। ଏହି ଚିଠି ସବୁ ସୌମ୍ୟ ରଞ୍ଜନ ଫେବୃୟାରୀ ୨୨ ଓ୨୩ ତାରିଖରେ ଲେଖିଛନ୍ତି । ଏପରିକି ଚିଠିରେ ତାରିଖ ମଧ୍ୟ ଦେଇଛନ୍ତି ସୌମ୍ୟ ରଞ୍ଜନ।
ନିଜ ଚିଠିରେ ସ୍ତ୍ରୀଙ୍କ ସମସ୍ତ ଆବଶ୍ୟକତା ପୂରଣ କରିବାକୁ ପ୍ରତିଶୃତି ଦେଇଛନ୍ତି । ମୁଁ କେବଳ ତୁମର ଖୁସି ଚାହେଁ। ତୁମ ଶିକ୍ଷାଗତ ଯୋଗ୍ୟତା ମୋ ପାଇଁ କିଛି ନୁହେଁ। ଏପରିକି ମୁଁ ବିଷୟରେ କେବେ କିଛି ପଚାରିବି ନାହିଁ ବୋଲି ଲେଖିଛନ୍ତି ସୌମ୍ୟ। ଚିଠିକୁ ନେଇ ଅଧିକ ତଦନ୍ତ କରିବ ସାଇଣ୍ଟିଫିକ ଟିମ୍ । ଚିଠିରୁ ସ୍ପଷ୍ଟ ହେଉଛି ଦୁହିଁଙ୍କ ଭିତରେ ସବୁକିଛି ଠିକ୍ ନ ଥିଲା । କିନ୍ତୁ ସମାଧାନ ପାଇଁ ପ୍ରସ୍ତୁତ ଥିଲେ ସୌମ୍ୟ ।
ଚିଠିରେ ଚାକିରି ଛାଡ଼ିବା, ବିଦ୍ୟାଭାରତୀଙ୍କ ସବୁ କଥା ମାନିବା, ତାଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ ନ କରିବା, ବିଦ୍ୟାଭାରତୀଙ୍କ କ୍ବାଲିଫିକେସନକୁ ନେଇ ପ୍ରଶ୍ନ ନ ଉଠାଇବା ଭଳି କଥା ଲେଖାଯାଇଛି । ତେବେ ଏହାକୁ ନେଇ କ୍ରାଇମବ୍ରାଞ୍ଚ ଓ ସାଇଣ୍ଟିଫିକ ଟିମ୍ କିଭଳି ତଦନ୍ତ କରିବ ତା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । ଏହାସହ ପୋଲିସ ଏବଂ କ୍ରାଇମବ୍ରାଞ୍ଚ ଡିଏଫଓଙ୍କ କାର୍ଯ୍ୟାଳୟ ତଦନ୍ତ କରୁଛନ୍ତି।



