
ନୂଆଦିଲ୍ଲୀ ,୨୩/୦୭/୨୧ (ଜିଲ୍ଲା ଖବର) : ଗତ କିଛି ଦିନ ଧରି ଅସୁସ୍ଥ ଅଛନ୍ତି ବଲିଉଡର ବର୍ଷିଆନ୍ ଅଭିନେତ୍ରୀ ସବିତା ବଜାଜ୍ । ଅସୁସ୍ଥ ହେବା ସହିତ, ଆର୍ଥିକ ସଙ୍କଟ ସାମ୍ନା କରୁଥିବା ସବିତା, ଏବେ ବେଶ ଜଟିଳ ପରିସ୍ଥିତି ମଧ୍ୟରେ ଗତି କରୁଛନ୍ତି । ଏପରି ପରିସ୍ଥିତିରେ ସେ ଲୋକଙ୍କୁ ସାହାଯ୍ୟ ପାଇଁ ଗୁହାରୀ ମଧ୍ୟ କରିଥିଲେ ।
ତେବେ କରୋନା କାଳରେ, ଅସହାୟ ଲୋକଙ୍କ ମସିହା ହୋଇଥିବା ବଲିଉଡ ଅଭିନେତା ସୋନୁ ସୁଦ, ସବିତା ବଜାଜଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିଛନ୍ତି । ସବିତାଙ୍କ ବିଷୟରେ ଜାଣିବା ପରେ, ସୋନୁ ସୁଦ୍ ତୁରନ୍ତ ନୁପୁରଙ୍କ ସହିତ କଥାବାର୍ତ୍ତା କରି, ତାଙ୍କୁ ଅକ୍ସିଜେନ ମେସିନ ଦେବାକୁ କହିଥିଲେ ।
ସୋନୁ ସୁଦ୍ କହିଛନ୍ତି ଯେ, ଅକ୍ସିଜେନ ମେସିନ ହସ୍ପିଟାଲରେ ଡେଲିଭରି ହୋଇ ସାରିଛି । ତାଙ୍କ ପାଖରେ ସୁରକ୍ଷିତ ଭାବେ ମେସିନ ପହଞ୍ଚିଛି । ତାଙ୍କ ପାଇଁ ଏତିକି ପ୍ରାର୍ଥନା ସେ ଜଲଦୀ ସୁସ୍ଥ ହୋଇ ଯାଆନ୍ତୁ । ଏହା ସହିତ ସେ ଏକଥା ମଧ୍ୟ କହିବାକୁ ଆଦୌ ଭୁଲି ନାହାଁନ୍ତି ଯେ, ଯେବେବି ଲୋକଙ୍କୁ ମୋର ଦରକାର ପଡିବ,ମୁଁ ତାଙ୍କର ସାହାଯ୍ୟ ପାଇଁ ସବୁବେଳେ ଛିଡା ହେବି ।


