Sunday, November 15, 2026
Home ଆଞ୍ଚଳିକ ସଂଘର୍ଷର କାହାଣୀ କହିଲେ Suriya Shivkumar

ସଂଘର୍ଷର କାହାଣୀ କହିଲେ Suriya Shivkumar

10

ନୂଆଦିଲ୍ଲୀ, ୨୩/୦୭/୨୧ (ଜିଲ୍ଲା ଖବର) : ଆଜିର ଦିନ ମାନେ, ୨୩ ଜୁଲାଇରେ ଜନ୍ମଗ୍ରହଣ କରିଥିଲେ ତାମିଲ ଅଭିନେତା Suriya Shivkumar । ଆଜି ସେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି ।  ତାଙ୍କ ଫିଲ୍ମ କ୍ୟାରିୟରରେ ସେ ଅନେକ ସୁପରହିଟ ଫିଲ୍ମରେ କାମ କରିଛନ୍ତି । ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ  ସେ କଠିନ ପରିଶ୍ରମ କରିଛନ୍ତି ।

ଫିଲ୍ମରେ କାମ କରିବାର ସେମିତି କିଛି ରୁଚି ନଥିଲା ତାଙ୍କର । ଯେଉଁଥିପାଇଁ ସେ କପଡା ଫ୍ୟାକ୍ଟ୍ରିରେ କାମ କରିବା ଆରମ୍ଭ କରିଥିଲେ । ପାଖାପାଖି ୮ ମାସ ଯାଏଁ ସେ ସେଠାରେ କାମ କରିଛନ୍ତି । ଏଥିପାଇଁ ତାଙ୍କୁ ମାସକୁ ହଜାରେ ଟଙ୍କା ମିଳୁଥିଲା ।

ଏକ ସାକ୍ଷାତକାରରେ ସେ ତାଙ୍କ ସଂଘର୍ଷର କାହାଣୀ କହିଥିଲେ । ସେ କହିଥିଲେ ଯେ, ‘ ଆଜି ସେ ଯେଉଁଠି ଅଛନ୍ତି ଏଠାରେ ପହଞ୍ଚିବା ପାଇଁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଛି ।  ଯାହା ପରେ ସେ ଆଜି ଏହି ସଫଳତା ହାସଲ କରିଛନ୍ତି ।

୨୦ ବର୍ଷ ବୟସରେ ତାଙ୍କୁ ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା । ୧୯୯୫ରେ ସେ ଫିଲ୍ମ’ ଅସାଇ’ରେ ଲିଡ ରୋଲର ଅଫର ମିଳିଥିଲା  । କିନ୍ତୁ Suriyaଙ୍କର ଏଥିପ୍ରତି କୌଣସି ରୁଚି ନଥିଲା । ଯେଉଁଥିପାଇଁ ସେ ଏହି ଅଫର ଗ୍ରହଣ କରି ନଥିଲେ । ପାଖାପାଖି ୨ ବର୍ଷ ପରେ ତାଙ୍କୁ ନିର୍ଦ୍ଦେଶକ ବସନ୍ତଙ୍କ ଫିଲ୍ମ’ନେରରକୁନେର ‘ରେ କାମ କରିବାର ଅଫର ମିଳିଥିଲା । ଯାହାକୁ ସେ ମନା କରି ପାରି ନଥିଲେ ଏବଂ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ ।  ଏହାପରେ ସେ ଆଉ ପଛକୁ ଫେରି ନାହାଁନ୍ତି । ଆଗକୁ ବଢି ନିଜର ପରିଚୟ ସୃଷ୍ଟି କରିଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଢେରସାରା ଶୁଭକାମନା ।