Monday, October 12, 2026
Home ଜିଲ୍ଲା ଅନୁଗୁଳ ବଜ୍ରାଘାତରେ ବାଳକ ମୃତ

ବଜ୍ରାଘାତରେ ବାଳକ ମୃତ

14

ଅନୁଗୋଳ,୨୩/୦୭/୨୧ (ଜିଲ୍ଲା ଖବର) : ଆଜି ବର୍ଷା ଘଡଘଡି ହେଉଥିବା ବେଳେ ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ସିଙ୍କୁଳାପାଟ ଗାଁରେ ବଜ୍ରାଘାତରେ ଜଣେଙ୍କ ବାଳକ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ, ସିଙ୍କୁଳାପାଟ ଗ୍ରାମର ରମେଶ ମାଝୀଙ୍କ ୧୫ ବର୍ଷ ପୁଅ ମହେଶ ପାଖ ଗ୍ରାମ ଜଇପଙ୍ଗାରୁ ଘରକୁ ସାଇକେଲରେ ଫେରୁଥିବା ବେଳେ ବଜ୍ରାଘାତର ଆଘାତ ଲାଗିଥିଲା।

ଫଳରେ ଆମ୍ବୁଲାନ୍ସ ମାଧ୍ୟମରେ ଛେଣ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।