ସ୍ତ୍ରୀର ଅନୈତିକ ସମ୍ପର୍କକୁ ଦେଖି ସ୍ଵାମୀ ଛାନିଆ; ବାହାରେ ରହୁଛନ୍ତି

5

କଟକ,୨୩/୦୭/୨୧ (ଜିଲ୍ଲା ଖବର) : ମୋ ନାମ ମୋହିତ ଶର୍ମା। ମୋର ଇନସାଫ ଦରକାର। ନହେଲେ ମୁଁ ସୁଇସାଇଡ କରିଦେବି। ମୁଁ ବହୁ କଷ୍ଟରେ ବଢିଛି। ମୋ ପାଇଁ ଆଜି ମୋ ବାପା ମା କାନ୍ଦୁଛନ୍ତି। ସେମାନେ ଅଇଣ୍ଠା ଥାଳି ଧୋଉଛନ୍ତି। ଆମର ପଇସାପତ୍ର ନାହିଁ। ଆମ ପାଇଁ ପୁରୁଷ ଥାନା ଦରକାର । ଏପରି ଅଭିଯୋଗ ମର୍କତ ନଗର ଥାନା ଅଞ୍ଚଳ ସିଡିଏ-୭ରେ ଆସିଛି। ସ୍ତ୍ରୀ ଦ୍ଵାରା ସେ ଅସୁରକ୍ଷିତ।

ଚାରିଆଡେ ଖାଲି କବୀର ସିଂହଙ୍କ ମାଳମାଳ ଭଳି ବୁଲୁଥିବାର ଘଟଣା ସାମ୍ମାକୁ ଆସୁଥିବା ବେଳେ ଏବେ ଅସୁରକ୍ଷିତ ସ୍ଵାମୀ। ଏପରି ଘଟଣା ସାମ୍ନାକୁ ଆସିବା ପରେ ପ୍ରେମିକ ମାନେ ବି ଚିନ୍ତାରେ ପଡିଯାଇଥିବେ।   

ମୋହିତଙ୍କ କହିବାନୁସାରେ, ସେ ଫେସବୁକରୁ ଭଲ ପାଇ ବସିଥିଲେ ।  ବାଲେଶ୍ଵର ଅଞ୍ଚଳର ସୋନାଲି ଦାସ ସହିତ ସମ୍ପର୍କରେ ଆସିଥିଲେ ମୋହିତ । ପରବର୍ତ୍ତୀ ସମୟରେ ବାହା ହେବା ପାଇଁ ରୂପାଲି (ଛଦ୍ମନାମ)  ଚାପ ପକାଇବା ଆରମ୍ଭ କରିଥିବା ସେ ଅଭିଯୋଗ କରିଛନ୍ତି ।  ଏହା ପରେ ଗତ ବର୍ଷ ନଭେମ୍ବର ମାସରେ ବାହା ହେବା ପରେ ସ୍ତ୍ରୀ , ସ୍ବାମୀଙ୍କ ପରେ ଶାଶୁ ଓ ଶଶୁରଙ୍କ ଉପରେ ଅତ୍ୟାଚାର ଓ ଧମକ ଚମକ ଆରମ୍ଭ କରିଥଲେ । ବୟଫ୍ରେଣ୍ଡ୍ ସହ ମିଶି ଏକ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ମୋହିତକୁ ପଠାଇ , ଭାଇରାଲ କରିବା ପାଇଁ ସ୍ବାମୀଙ୍କୁ ଧମକ ଚମକ ଦେଉଥିଲେ।

ଏପରିକି ବୟଫ୍ରେଣ୍ଡଙ୍କ ନାଁରେ ସମ୍ବେଦନଶୀଳ ଅଙ୍ଗରେ ସ୍ତ୍ରୀ ଟାଟୁ କରି ଥିବା ଦେଖିବାକୁ ପାଇଥିଲେ ସ୍ବାମୀ ମୋହିତ । ନିର୍ଯ୍ୟାତନା ନେଇ ଏବେ ସ୍ବାମୀ ମୋହିତ ଶର୍ମା ମର୍କତ ନଗର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ନ୍ୟାୟ ପାଇଁ ଭିକ୍ଷା କରିଛନ୍ତି ମୋହିତ ଶର୍ମା ।