Wednesday, October 14, 2026
Home ଆଞ୍ଚଳିକ ଆଜି ନୀଳାଦ୍ରିବିଜେ

ଆଜି ନୀଳାଦ୍ରିବିଜେ

11

ପୁରୀ, ୨୩/୦୭/୨୧ (ଜିଲ୍ଲା ଖବର) : ଆଜି ନୀଳାଦ୍ରିବିଜେ । ବଡ଼ଦେଉଳ ରତ୍ନ ସିଂହାସନକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି । ନବଦିନାତ୍ମକ ଯାତ୍ରା ପରେ ଗୁଣ୍ଡିଚା ମନ୍ଦିରରୁ ଫେରି ଆସିଛନ୍ତି ମହାପ୍ରଭୁ । ଆଜି ସନ୍ଧ୍ୟା ଧୂପ ପରେ ନୀଳାଦ୍ରିବିଜେ ନୀତି ସମ୍ପର୍ଣ୍ଣ ହେବ । ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ବଡ଼ ଦେଉଳକୁ ବିଜେ କରିବେ ପ୍ରଭୁ ଜଗନ୍ନାଥ ।

ତେବେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ନଥିବାରୁ ରୋଷ କରିଛନ୍ତି ଅଭିମାନୀନୀ ମହାଲକ୍ଷ୍ମୀ । ତେଣୁ ଶ୍ରୀ ଜଗନ୍ନାଥଙ୍କୁ ଶ୍ରୀମନ୍ଦିରକୁ ବାଟ ଛାଡ଼ିବେନି ମା’ ମହାଲକ୍ଷ୍ମୀ । ଆଉ ରସଗୋଲା ଖୁଆଇ ମାଆ ଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିବେ ପ୍ରଭୁ ଜଗନ୍ନାଥ ।