Home ଆଞ୍ଚଳିକ ଆଜିଠୁ ଆରମ୍ଭ ହେବ କ୍ରିଡ଼ା ମହାକୁମ୍ଭ ଟୋକିଓ ଅଲମ୍ପିକ୍ -୨୦୨୧

ଆଜିଠୁ ଆରମ୍ଭ ହେବ କ୍ରିଡ଼ା ମହାକୁମ୍ଭ ଟୋକିଓ ଅଲମ୍ପିକ୍ -୨୦୨୧

14

୨୩/୦୭/୨୧ (ଜିଲ୍ଲା ଖବର) : ଆଜିଠୁ ଆରମ୍ଭ ହେବ କ୍ରିଡ଼ା ମହାକୁମ୍ଭ ଟୋକିଓ ଅଲମ୍ପିକ୍ -୨୦୨୧ । ଭାରତୀୟ ସମୟ ସାଢ଼େ ୪ଟାରେ ଅଲିମ୍ପିକର ଉଦ୍‌ଘାଟନ କରାଯିବ । ତେବେ କରୋନା କଟକଣା ପାଇଁ ଏଥର ଅଲିମ୍ପିକ ଉଦ୍‌ଘାଟନୀ ହେବ ନିରଡମ୍ବର । ନାଚ ଗୀତ କିମ୍ବା ରଙ୍ଗବେରଙ୍ଗର ଲାଇଟ୍ ଏଥର ଦେଖିବାକୁ ମିଳିବନି ।

ଉତ୍ସବରେ ପ୍ରତି ଦେଶର ମାତ୍ର ୬ଜଣ ଅଫିସିଆଲଙ୍କୁ ସାମିଲ ହେବାକୁ ଅନୁମତି ମିଳିଥିବା ବେଳେ ଆଥଲେଟ ମାନଙ୍କୁ କ୍ୟାପ ପିନ୍ଧିବାକୁ ବାରଣ କରାଯାଇଛି । ଉତ୍ସବ ପର ଦିନ ଯେଉଁ ଆଥଲେଟ ମାନଙ୍କର କ୍ରୀଡ଼ାସୂଚୀ ରହିଚି ସେମାନଙ୍କୁ ବିଶ୍ରାମ ନେବାକୁ କୁହାଯାଇଛି । ଉଦଘାଟନୀ ଉତ୍ସବରେ ଭାରତୀୟ ଦଳର ଧ୍ବଜା ଧରିବେ ୬ ଥରର ବିଶ୍ବ ବିଜେତା ଏମ୍‌.ସି. ମେରିକମ ଓ ପୁରୁଷ ହକି ଦଳ ଅଧିନାୟକ ମନପ୍ରିତ ସିଂହ ।  ଆଜିଠାରୁ ଅଗଷ୍ଟ ୮ ତାରିଖ ପର‌୍ୟ୍ୟନ୍ତ ଚାଲିବ ପ୍ରତିଯୋଗୀତା । ଏଥିରେ ୨୦୬ ଦେଶର ୧୧ ହଜାରରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ।