
ପୁରୀ, ୨୩/୦୭/୨୧ (ଜିଲ୍ଲା ଖବର) : ମହାଲକ୍ଷ୍ମୀଙ୍କୁ ଆଜି ରସଗୋଲା ଖୁଆଇ ମାନଭଂଜନ କରିବେ କାଳିଆ ଠାକୁର । ଶ୍ରୀକ୍ଷେତ୍ରରେ ଆଜି ନିଳାଦ୍ରୀ ବିଜେ । ଲୀଳାଖେଳା ପରେ ରତ୍ନ ବେଦୀକୁ ଫେରିବେ କାଳିଆ ଠାକୁର, ବଡଭାଇ ଓ ସୁନାନାକୀ ଭଉଣୀକୁ ନେଇ । ପରମ୍ପରା ଅନୁଯାୟୀ, ମହାଲକ୍ଷ୍ମୀଙ୍କୁ ଆଜି ରସଗୋଲା ଖୁଆଇ ମାନଭଂଜନ କରିବେ କାଳିଆ ଠାକୁର । ‘ନୀଳାଦ୍ରି ବିଜେ’ ଦିନ ଲକ୍ଷ୍ମୀନାରାୟଣ ବଚନିକା ଭକ୍ତଙ୍କୁ ପୁଲକିତ କରିବା ସହ ନିଜ ପାରିବାରିକ ଜୀବନର ବାସ୍ତବ ଚିତ୍ରକୁ ଅନୁଭବ କରନ୍ତି।
ଘୋଷଯାତ୍ରାରେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ନ ଥିବାରୁ ଅଭିମାନ କରିଛନ୍ତି ଲକ୍ଷ୍ମୀ । ତେଣୁ ଏହି ମାନଭଂଜନ ହେବ ।କିମ୍ବଦନ୍ତୀ ଅନୁଯାୟୀ, ଏହି ନୀତି ଭିତରଚ୍ଛ ସେବକଙ୍କ ଦ୍ୱାରା ଅନୁଷ୍ଠିତ ହେବ । ନୀଳାଦ୍ରୀ ବିଜେରେ ରସଗୋଲା ଭୋଗ ଲାଗୁଥିବା ବେଳେ ଏହି ଦିନଟିକୁ ଓଡିଶାରେ ରସଗୋଲା ଦିବସ ରୂପେ ପାଳନ କରାଯାଉଛି ।



