
ନୂଆଦିଲ୍ଲୀ, ୨୩/୦୭/୨୧ (ଜିଲ୍ଲା ଖବର) : କରୋନା ସଂକ୍ରମିତ ହେଲେ ଜଣାଶୁଣା ଟିଭି ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍ । ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ସେ ନିଜେ ଏହାର ସୂଚନା ଦେଇଛନ୍ତି । ସେ କରୋନାର ସମସ୍ତ ନିଜୟ ପାଳନ କରି, ହୋମ କ୍ବାରେଣ୍ଟାଇନରେ ଅଛନ୍ତି ।
ଜେନିଫର ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଏହା ସହିତ ସେ କହିଛନ୍ତି ଯେ, ସେ ଏବେ ଠିକ୍ ଅଛନ୍ତି । ଏବଂ ତାଙ୍କ ଠାରେ କୌଣସି ଲକ୍ଷଣ ଦେଖା ଯାଉନାହିଁ । ଏହା ସହିତ ସେ ଏକଥା ମଧ୍ୟ କହିଛନ୍ତି ଯେ, ସେ ଖୁବ୍ ଶୀଘ୍ର ସୁସ୍ଥ ହେବେ, କରୋନା ତାଙ୍କର କିଛି ବିଗାଡି ପାରିବ ନାହିଁ ।
ସେ ଲେଖିଛନ୍ତି ଯେ, ଡାଉନ ହୋଇଛି କିନ୍ତୁ ଆଉଟ ନୁହେଁ …ହଁ,ଏହା ସତ ! ମୋ ପାଖରେ କୌଣସି ପ୍ରକାର ଲକ୍ଷଣ ନାହିଁ । ମୁଁ ପୁରା ଠିକ୍ ଅନୁଭବ କରୁଛି । ଏଥିପାଇଁ ଯେଉଁମାନେ ଚିନ୍ତା କରୁଛନ୍ତି, ଦୟାକରି ଚିନ୍ତା କରନ୍ତୁ ନାହିଁ । ମୁଁ କ୍ବାରେଣ୍ଟାଇନରେ ଅଛି । ମୁଁ ଠିକ୍ ଅଛି ଏବଂ ପୁଣି ଆକ୍ସନକୁ ଆସିବା ପାଇଁ ଆଉ ଅପେକ୍ଷା କରିପାରୁ ନାହିଁ । ସମସ୍ତଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ୍ । କରୋନା ମୋର କିଛି କରି ପାରିବ ନାହିଁ । ମୁଁ ଜଲଦୀ ଫେରିବି ।


