
୨୩/୦୭/୨୧ (ଜିଲ୍ଲା ଖବର) : ଏସିଏଫ ସୌମ୍ୟରଂଜନଙ୍କ ମୃତ୍ୟୁ ମାମଲାରେ ପୋଲିସ ସହ ତଦନ୍ତ କରିଛି କ୍ରାଇମବ୍ରାଞ୍ଚ । ଏଥିରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ଯାହାକୁ ନେଇ ସନ୍ଦେହ ବଢ଼ୁଛି ବିଦ୍ୟା ଭାରତୀଙ୍କ ଆଡକୁ।ସେପଟେ ସୌମ୍ୟଙ୍କ ଘରେ ପହଞ୍ଚି ଘଟଣାସ୍ଥଳ ଓ ଘର ଚାରିପାଖ ବୁଲି ଦେଖିଥିଲେ କ୍ରାଇମବ୍ରାଞ୍ଚ ଟିମ୍ । ତେବେ ସୌମ୍ୟଙ୍କ ଦେହରେ ନିଆଁ କିପରି ଲାଗିଲା ସେ ନେଇ ପାଟି ଫିଟାଇ ନାହାନ୍ତି ତଦନ୍ତକାରୀ ଟିମ୍ । ପାରଳାଖେମୁଣ୍ଡିରେ ଥିବା ସୌମ୍ୟଙ୍କ ବାସଭବନ କ୍ରାଇମ ସ୍ପଷ୍ଟ ବୋଲି କହିଛି କ୍ରାଇମବ୍ରାଞ୍ଚ। ସେପଟେ ସାମ୍ନାକୁ ଆସିଲା ବିଦ୍ୟାଭାରତୀଙ୍କ ଆଉ ଏକ ଚିଠି । ଯେଉଁଥିରେ ସୌମ୍ୟଙ୍କ ବିରୋଧରେ ବିଷୋଦଗାର କରିଛନ୍ତି ବିଦ୍ୟା।
କହିଛନ୍ତି, “ହେ ଭଗବାନ, କିଛି ବି କରି ଡିଭୋର୍ସ କରେଇ ଦିଅ। ପ୍ରଭୁ ତୁମ ପାଖରେ ଋଣୀ ରହିଯିବି । ଯାଇକି ପୁରୀ ମନ୍ଦିରରେ ଦାସୀ ହୋଇକି ରହିବି। ଗଣମାଧ୍ୟମରେ ବିଦ୍ୟା ସୌମ୍ୟଙ୍କ ସହ ଭଲ ସମ୍ପର୍କ ଥିବା କହୁଥିଲା ବେଳେ ଚିଠିରେ ଏମିତିକା ଘୃଣା ବିଦ୍ୟାଙ୍କ ଡବଲ୍ ଷ୍ଟାଣ୍ଡାର୍ଡ ସାମ୍ନାକୁ ଆଣିଛି।


