Sunday, November 15, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା ! Himesh Reshammiya

ଜନ୍ମଦିନର ଶୁଭେଚ୍ଛା ! Himesh Reshammiya

9

ନୂଆଦିଲ୍ଲୀ,୨୩/୦୭/୨୧ (ଜିଲ୍ଲା ଖବର) : ବଲିଉଡ ସିଙ୍ଗର, କମ୍ପୋଜର ତଥା ଆକ୍ଟର Himesh Reshammiyaଙ୍କ ଆଜି ଜନ୍ମଦିନ । ୨୩ ଜୁଲାଇ ୧୯୭୩ରେ ସେ ଜନ୍ମଗ୍ରହଣ କରିଥିଲେ ।  ଆଜି ସେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ଆଜି ଯାଏ ସେ ଅନେକ ସୁପରହିଟ ଗୀତ ଦେଇଛନ୍ତି । ହିମେସଙ୍କର ପ୍ରକୃତ ନାଁ ହେଉଛି ବିପିଲ ସେରମିଆ । 

ଅନେକ ବାଧା-ବିଘ୍ନକୁ  ପାର କରି ସେ ଆଜି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେ ପାଖାପାଖି ୮୦୦ ଗୀତ ଗାଇ ସାରିଥିବା ବେଳେ, ପାଖାପାଖି ୧୨୦ ଫିଲ୍ମ ଗୀତ କମ୍ପୋଜ କରିଛନ୍ତି । ସିଙ୍ଗିଙ୍ଗ ବ୍ୟତୀତ ସେ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବେଶ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।