
ବ୍ରହ୍ମପୁର,୨୩/୦୭/୨୧ (ଜିଲ୍ଲା ଖବର) : ପାଇଖାନା ଟାଙ୍କିରେ ଫସି ୩ ଜଣଙ୍କ ମୃତ୍ୟୁ। ଗଞ୍ଜାମ ଗୋପାଳପୁର ଥାନା ବିକ୍ରମପୁର ଗ୍ରାମରେ ଘଟିଛି ଅଭାନୀୟ ଘଟଣା । ସନ୍ଧ୍ୟାରେ ପି ସିଧେଶ୍ୱର ରେଡ୍ଡିଙ୍କ ଘର କାମ ଚାଲିଥିବା ବେଳେ ପାଇଖାନା ଟାଙ୍କିର ସେଣ୍ଟ୍ରିଙ୍ଗ ବାହାର କରୁଥିଲେ ମିସ୍ତ୍ରୀ ଏମ.ସଦାନନ୍ଦ ରେଡ୍ଡି । ତେବେ ସେ ବାହାରକୁ ନ ବାହାରିବାରୁ ସିଧେଶ୍ୱରଙ୍କ ପଡୋଶୀ କ୍ରିଷ୍ଣା ରେଡି ଓ ତାରନେୟା ରେଡ୍ଡୀ ଭିତରକୁ ଯାଇଥିଲେ।
ସଦାନନ୍ଦଙ୍କୁ ବଞ୍ଚାଇବାକୁ ଯାଇ ଏହି ଦୁଇଜଣ ମଧ୍ୟ ବାହାରକୁ ନ ବାହାରିବାରୁ ଗ୍ରାମବାସୀ ମିଶି ସେମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ୩ଜଣଙ୍କୁ ଡାକ୍ତର ଘୋଷଣା କରିଥିଲେ।



