
୨୨/୦୭/୨୧ (ଜିଲ୍ଲା ଖବର) : ଶେଷରେ ତାତିଲେ ସାମ୍ବିଦିକ। ଆଉ ଚଟକଣାର ଅପମାନ ପାଇଁ ବନ୍ଧକ ହେଲେ ଜିଲ୍ଲାର ୫ ଜଣ ବିଧାୟକ । ସେମାନଙ୍କୁ ତାଲା ପକାଇ ସାମ୍ବାଦିକ ମାଗିଲେ ନ୍ୟାୟ। ଯେତେବେଳେ ସିଧା ଆଙ୍ଗୁଠିରେ ଘିଅ ବାହାରେନି ସେତେବେଳେ ଏମିତି ହିଁ କିଛି କରିବାକୁ ପଡେ ବୋଲି ବୁଝି ନେବାକୁ ପଡିବ।
ଜିଲ୍ଲାପାଳଙ୍କ ଅଫିସରେ ତାଲା ବନ୍ଦ ହୋଇ ରହିଥିବା ବିଧାୟକମାନେ ହେଉଛନ୍ତି ଅତନୁ ସବ୍ୟସାଚୀ ନାୟକ, ଶଶି ଭୁଷଣ ବେହେରା, ସାବିତ୍ରୀ ଅଗ୍ରୱାଲ, ଧ୍ରୁବ ଚରଣ ସାହୁ, ପ୍ରତାପ ଦେବ।
ଗତକାଲି ଜଣେ ମହିଳା କନେଷ୍ଟବଲ ପିନୁ ନାୟକ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିଲେ । ଦଳିତ ପରିବାରଙ୍କୁ ଆକ୍ରମଣ ଘଟଣାରେ ବିଜେପି ପକ୍ଷରୁ ଗଣଧାରଣା ଦିଆ ଯାଇଥିବା ବେଳେ ଏହି ଖବର ସଂଗ୍ରହ କରିବାକୁ ଯାଇଥିବା the news 8ର କେନ୍ଦ୍ରାପଡ଼ା ପ୍ରତିନିଧି ଭୀମ ସେନ ସେଠିଙ୍କୁ ଖବର ସଂଗ୍ରହ ବେଳେ ମହିଳା କନେଷ୍ଟବଳ ମାଡ ମାରିଥିଲେ।ଏହି ଘଟଣାରେ ସମ୍ପୃକ୍ତ ମହିଳା କନେଷ୍ଟବଳଙ୍କ ବିରୋଧରେ ଆକ୍ସନ ନେବା ସହ ଗିରଫ କରିବା ଦାବିରେ ସାମ୍ବାଦିକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।


