
ବ୍ରହ୍ମପୁର,୨୨/୦୭/୨୧ (ଜିଲ୍ଲା ଖବର) : ବ୍ରହ୍ମପୁର ଗୋଷାଣୀ ନୂଆ ଗାଁ ପୋଲିସ ହାତରେ ଝାଡ଼ଖଣ୍ଡୀ ଲୁଟେରା ଗ୍ୟାଙ୍ଗ । 9 ଡକାୟତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ 16ଟି ମୋବାଇଲ, ଗୋଟିଏ ଦେଶୀ ବନ୍ଧୁକ, 3 ଗୁଳି, 3ଟି ବୋମା ସହ ବହୁ ମାରଣାସ୍ତ୍ର ଜବତ ହୋଇଛି ।
ଲୋକଙ୍କ ମୋବାଇଲ ଲୁଟ୍ କରୁଥିବା ଏହି ଗ୍ୟାଙ୍ଗ ଧରା ପଡ଼ିଛି ପୋଲିସ ହାତରେ । ଜାତୀୟ ରାଜପଥ ନଂ ୧୬ ଖଜୁରିଆ ଓଭର ବ୍ରିଜ ନିକଟରେ କିଛି ଦୁର୍ବୃତ୍ତ ଏକତ୍ରିତ ହୋଇ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ସେହି ସ୍ଥାନରୁ କେହି ଜଣେ ବ୍ୟକ୍ତି ଏମାନଙ୍କ ଚାଲି ଚଳନକୁ ସନ୍ଦେହ କରି ୧୧୨ କୁ ଫୋନ୍ କରି ଜଣାଇଥିଲେ । ସେଠାରୁ ପୋଲିସ ଏମାନଙ୍କୁ କାବୁ କରିଛି । ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ।



