
୨୨/୦୭/୨୧ (ଜିଲ୍ଲା ଖବର) : ଏମିତି ଅନେକ ଲୋକ ଅଛନ୍ତି , ଯେଉଁମାନେ ତେଲିଆ ତ୍ବଚାକୁ ନେଇ ବେଶ ଚିନ୍ତାରେ ପଡନ୍ତି । କାହିଁକି ନାଁ, ତେଲିଆ ତ୍ବଚାରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇଥାଏ । ଯେଉଁଥିପାଇଁ କିଏ କେତେ କ’ଣ ଉପାୟ ଆପଣାଇ ଥାଆନ୍ତି । ତେବେ ତେଲିଆ ତ୍ବଚା ପାଇଁ ଆସନ୍ତୁ ଏକ ଘରୋଇ ଉପଚାର ସମ୍ପର୍କରେ ଜାଣିବା ।
-ଚାଉଳ ଚୂନାରେ କଫି ପାଉଡର ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଗୋଲାପ ଜଳ ପକାଇ ଏକ ବହଳିଆ ପେଷ୍ଟ ପ୍ରସ୍ତୁତ କରିବେ । ତାପରେ ଏହି ପେଷ୍ଟକୁ ନେଇ ତ୍ବଚାରେ ଲଗାଇ ୩ ରୁ ୪ ମିନିଟ ଯାଏ ମସାଜ କରିବେ । ତାପରେ ତ୍ବଚାକୁ ଖାଲି ପାଣିରେ ଧୋଇ ସଫା କରିବେ ।
ଏହି ମାଧ୍ୟମରେ ତ୍ବଚାକୁ ଫେସୱାସ୍ କରିବା ଦ୍ବାରା, ଏହା ତେଲିଆ ତ୍ବଚା ପାଇଁ ବହୁତ୍ ଲାଭଦାୟକ । ଏହା ତ୍ବଚାରୁ ତେଲିଆପଣ ଦୂର କରିବା ସହିତ, ତ୍ବଚା ପାଇଁ ଭଲ ସ୍କ୍ରବ ଭଳି ମଧ୍ୟ କାମ କରିଥାଏ ।


