
ଆସିକା, (ଜିଲ୍ଲା ଖବର) : ଆସିକା ହରିହର ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆସିକା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ କୃତି ବାସ ବାରିକ ଯୋଗ ଦେଇ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ସମ୍ମାନୀତ ଅତିଥି ଭାବେ ଆସିକା ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକ, ଵିଜେଡି ନେତା ଦିଲ୍ଲୀପ କୁମାର ପାଣିଗ୍ରାହୀ, ଜିଲ୍ଲା ପରିଷଦ ଶିବ ଶଙ୍କର ମହାନ୍ତି, ଆସିକା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥି ପାତ୍ର, ହରିହର ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ରାଉତ ପ୍ରମୁଖ ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ କ୍ରିଡା ଶିକ୍ଷକ ସ୍ବଦେଶ ଦଳାଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଆସିକା ଗୋଷ୍ଠୀ ଶିକ୍ଷା ଅଧୀନ ୧୩ଟି କ୍ଲଷ୍ଟରରୁ ୧୮୦ସ୍କୁଲର ପ୍ରାୟ ୩୫୦ ଜଣ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ନେଇ ଡ଼୍ୟାନ୍ସ, ସଙ୍ଗୀତ, ବୀତର୍କ, ବକୃତା, ଚିତ୍ରାଙ୍କନ , ଶ୍ରୁଜନଶୀଳ ଲିଖନ, ସୁନ୍ଦର ହସ୍ତାକ୍ଷର, ମଧ୍ୟାହ୍ନ ଭୋଜନ ସମ୍ପର୍କିତ ଚିତ୍ରାଙ୍କନ , ପ୍ରବନ୍ଧ, ଦିବ୍ୟାଙ୍ଗ ମାନଙ୍କ ପାଇଁ ନାଚ, ଗୀତ ପ୍ରମୁଖ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଚାରକ ଦାୟିତ୍ବରେ ବ୍ଲକର ଵହୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀ ମାନେ ବାଲ୍ୟ ବିବାହ ନିରାକରଣ, ପ୍ଲାଷ୍ଟିକ ବର୍ଜନ, ପରିବେଶ ସୁରକ୍ଷା, ଟ୍ରାଫିକ ନିୟମ ମାନିବା, ସିନିୟର ନାଗରିକ ମାନଙ୍କୁ ସମ୍ମାନ ଦେଇ ସମାଜରେ ସର୍ଵୋଚ୍ଚ ସ୍ଥାନରେ ରଖିବା ପ୍ରମୁଖ ବିଷୟ ଉପରେ ସୁନ୍ଦର ନାଟକ ପରିଵେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକର ୧୩ଟି କ୍ଲଷ୍ଟରର ସିଆରସିସି, ବହୁ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ।



