Sunday, November 15, 2026
Home ଆଞ୍ଚଳିକ ଓଡିଶାରେ 93 ପ୍ରତିଶତ ଲୋକ ଡେଲ୍ଟା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି- ଅଜୟ ପରିଡା

ଓଡିଶାରେ 93 ପ୍ରତିଶତ ଲୋକ ଡେଲ୍ଟା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି- ଅଜୟ ପରିଡା

11

ଭୁବନେଶ୍ୱର, ୨୨/୦୭/୨୧ (ଜିଲ୍ଲା ଖବର) : ଲୋକଙ୍କର ବ୍ୟବହାର, ଭ୍ୟାକ୍ସିନେସନ ଓ ଭାଇରସ ଯଦି ରୂପ ବଦଳାଏ  ତାହା ହେଲେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ପ୍ରଥମ ଲହରରେ ଭାଇରସ ମଣିଷ ଦେହରେ 15 ଦିନ ରହୁଥିଲା । ଦ୍ୱିତୀୟ ଲହରରେ ଦେଖାଦେଉଛି ଏହି ଡେଲଟା ଭାଇରସ ମାସେ ପର୍ଯ୍ୟନ୍ତ ମଣିଷ ଦେହରେ ସକ୍ରିୟ ରହୁଛି ।   

ଡେଲ୍ଟା ଭାଇରସ ଯୋଗୁଁ ଦ୍ଵିତୀୟ ଲହର ଭୟଙ୍କର ହେଲା । ସାରା ଦେଶରେ ୬୫ ହଜାର sequencing ହୋଇଛି । ଏଥିରୁ ୯୬ ପ୍ରତିଶତ ଲୋକ ଡେଲ୍ଟା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଓଡ଼ିଶାରେ ୯୩ ପ୍ରତିଶତ ଲୋକ ଡେଲ୍ଟା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି  ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ।