କେନ୍ଦ୍ରାପଡା ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଜିଲ୍ଲାପାଳଙ୍କ ଅଫିସ ତାଲା ମାରିଲେ ସାମ୍ବାଦିକ

12

କେନ୍ଦ୍ରାପଡା,୨୨/୦୭/୨୧ (ଜିଲ୍ଲା ଖବର) : ତାତିଲେ ସାମ୍ବିଦିକ। କେନ୍ଦ୍ରପଡ଼ାରେ 5 ବିଧାୟକଙ୍କୁ ପକାଇଲେ ତାଲା। ସାମ୍ବାଦିକଙ୍କୁ ପୋଲିସର ଦୁର୍ବ୍ୟବହାର ଅଭିଯୋଗରେ ଆଜି ସାମ୍ବାଦିକମାନେ ଜିଲ୍ଲାପାଳଙ୍କ ଅଫିସ ଆଗରେ ପ୍ରତିବାଦ କରିଥିଲେ । ଆଉ 5 ବିଧାୟକ ଜିଲ୍ଲାପାଳଙ୍କ ଅଫିସକୁ ଆସିଥିବା ସମୟରେ ସେମାନଙ୍କୁ ଅଫିସରେ ତାଲା ମାରି ଦେଇଛନ୍ତି ସାମ୍ବାଦିକ।

ଗତକାଲି  ଜଣେ ମହିଳା କନେଷ୍ଟବଲ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିଲେ । ଦଳିତ ପରିବାରଙ୍କୁ ଆକ୍ରମଣ ଘଟଣାରେ ବିଜେପି ପକ୍ଷରୁ ଗଣଧାରଣା ଦିଆ ଯାଇଥିବା ବେଳେ ଏହି ଖବର ସଂଗ୍ରହ କରିବାକୁ ଯାଇ ଥିବା web ମିଡ଼ିଆର  ପ୍ରତିନିଧିଙ୍କୁ ଖବର ସଂଗ୍ରହ ବେଳେ ମହିଳା କନେଷ୍ଟବଳ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ମହିଳା କନେଷ୍ଟବଳଙ୍କ ବିରୋଧରେ ଆକ୍ସନ ନେବା ସହ ଗିରଫ କରିବା ଦାବିରେ ସାମ୍ବାଦିକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।