Tuesday, October 20, 2026
Home ଅପରାଧ କୁଆଖାଇ ପଠାରୁ ମିଳିଥିବା ମୃତଦେହ ଜଣେ ପୁରୁଷର !

କୁଆଖାଇ ପଠାରୁ ମିଳିଥିବା ମୃତଦେହ ଜଣେ ପୁରୁଷର !

33

ଭୁବନେଶ୍ୱର,୨୨/୦୭/୨୧ (ଜିଲ୍ଲା ଖବର) :  କୁଆଖାଇ ପଠାରୁ ମିଳିଥିବା ମୃତଦେହ କାହାର ? ନଦୀପଠାକୁ ଯାଇ ଭୁବନେଶ୍ୱର ଡିସିପିଙ୍କ ସହ ସାଇଣ୍ଟିଫିକ୍ ଟିମ୍ ଛାନଭିନ୍ କରିଛନ୍ତି । ତେବେ ମୃତଦେହଟି ଜଣେ ପୁରୁଷର ବୋଲି ଜଣାପଡିଛି । ପିଡି ସ୍କାନ୍ ସରିଥିଲାବେଳେ ଡେଡବଡିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।

ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ବରିମୁଣ୍ଡ ପଞ୍ଚାୟତ ବାଲିଯାତ୍ରା ପଡିଆ ନିକଟରୁ ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତଦେହଟି ନଦୀପଠାରେ ପୋତି ହୋଇ ରହିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଅଞ୍ଚଳବାସୀ । ମୃତକଙ୍କ ପରିଚୟ ମିଳିନଥିବାବେଳେ ୩ରୁ ୪ ଦିନ ତଳୁ ହତ୍ୟା କରି ନଦୀପଠାରେ ପୋତାଯାଇଥିବା ସନ୍ଦେହ କରୁଛି ପୋଲିସ ।

କିଛିଦିନ ତଳେ ଏଠାରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ପୋଲିସକୁ କହିଛନ୍ତି ଅଞ୍ଚଳବାସୀ । ତେବେ ପୋଲିସ ପାଟ୍ରୋଲିଂ ଅଭାବରୁ ଏହି ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ଘଟୁଥିବା ଅଭିଯୋଗ ହୋଇଛି ।