
ନୂଆଦିଲ୍ଲୀ,୨୨/୦୭/୨୧ (ଜିଲ୍ଲା ଖବର) : ବଲିଉଡ ଗାୟକ ଅରମାନ ମଲ୍ଲିକଙ୍କ ଆଜି ଜନ୍ମଦିନ । ୨୨ ଜୁଲାଇ ୧୯୯୫ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ଆଜି ସେ ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି ।
୪ ବର୍ଷ ବୟସରୁ ହିଁ ଇଣ୍ଡିଆନ୍ କ୍ଲାସିକାଲ ମ୍ୟଜିକ୍ ର ଟ୍ରେନିଂ ତାଙ୍କୁ ମିଳିଥିଲା । ଯେତେବେଳେ ‘ସା ରେ ଗା ମା ପାର ଲିଟିଲ ଚାମ୍ପ୍ସ’ ର ପ୍ରଥମ ଅଡିସନ ଆସିଥିଲା, ସେତେବେଳେ ସେ ଏଥିରେ ଅଂଶଗ୍ରହଣ କରିଥିଲେ । ସେତେବେଳେ ସେ କେବଳ ୯ ବର୍ଷ ବୟସର ଥିଲେ । ଏଥିରେ ସେ ଟପ ୭ ଯାଏଁ ପହଞ୍ଚି ତାପରେ ବାହାରି ଯାଇଥିଲେ ।
୮ ବର୍ଷ ବୟସରୁ ହିଁ ସେ ଗୀତ ଗାଇବା ଆରମ୍ଭ କରି ଦେଇଥିଲେ । ଆଉ ଆଜି ସେ ବଲିଡର ଜଣେ ଜଣାଶୁଣା ଗାୟକ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ପିଲାବେଳେ ଅରମାନ ଥରେ ନିଜ ସ୍କୁଲରେ ବସି ପରୀକ୍ଷା ଦେଉଥିଲେ । ଏହି ସମୟରେ ତାଙ୍କର ଶିକ୍ଷକ ଆସି ତାଙ୍କୁ କହିଥିଲେ ଯେ, ତାଙ୍କ ମା’ ବାହାରେ ଅପେକ୍ଷା କରିଛନ୍ତି । ଅରମାନ ଯାଇ ଯେତେବେଳ ମା’ ଙ୍କ ପାଖରେ ପହଞ୍ଚିଥିଲେ , ତ ଜଣାପଡିଥିଲା ବିଶାଲ-ଶେଖର ଯୋଡି ତାଙ୍କୁ ଏକ ଗୀତ ରେକର୍ଡ କରାଇବାକୁ ଚାହୁଁଛନ୍ତି ।
ଏହି ଗୀତ ତାଙ୍କର ଅମିତାଭ ବଚ୍ଚନଙ୍କ ଫିଲ୍ମ’ଭୁତନାଥ’ପାଇଁ ରେକର୍ଡ କରାଯାଇଥିଲା । ଚାଇଲ୍ଡ ସିଙ୍ଗର ଭାବେ ସେ ଅମତାଭ ବଚ୍ଚନଙ୍କ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିବା ବେଳେ, ବଡ ହେବାପରେ ସେ ପ୍ରଥମ ଗୀତ ସଲମାନ ଖାନଙ୍କ ପାଇଁ ଗାଇଥିଲେ । ଏହି ଗୀତର ନାଁ ଥିଲା, ‘ତୁମକୋ ତୋ ଆନା ହି ଥା’ । ଏହାପରଠାରୁ ତାଙ୍କ ସଙ୍ଗୀତର ଯାତ୍ରା ଆଗକୁ ଆଗକୁ ବଢି ଚାଲିଛି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଢେରସାରା ଶୁଭକାମନା ।





