
ନୂଆଦିଲ୍ଲୀ, ୨୨/୦୭/୨୧ (ଜିଲ୍ଲା ଖବର) : ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିବା ଅଭିଯୋଗରେ ନିକଟରେ ଗିରଫ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ୍ କୁନ୍ଦ୍ରା । ୨୩ ଜୁଲାଇ ଯାଏଁ ତାଙ୍କୁ ପୁଲିସ ହେପାଜତରେ ରଖା ଯାଇଛି । ରାଜ୍ କୁନ୍ଦ୍ରା ଗିରଫ ହେବାପରେ ଧିରେଧିରେ ତାଙ୍କ ଗୁମର ଖୋଲିବାରେ ଲାଗିଛି । ଏବେ ୟୂଟ୍ୟୁବର ପୁନିତ କୌର ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ରାଜ୍ କୁନ୍ଦ୍ରା ନିଜ ଆପ୍ ହଟସଟ୍ ପାଇଁ ତାଙ୍କୁ ସିଧାସଲଖ ମେସାଜ୍ କରିଥିଲେ । ଇନଷ୍ଟା ଷ୍ଟୋରୀରେ ପୁନୀତ ଲେଖିଛନ୍ତି, ବ୍ରୋ ତୁମକୁ କ’ଣ ସେହି ଭିଡିଓ ମନେ ଅଛି, ଯେଉଁଥିରେ ରାଜ କୁନ୍ଦ୍ରା ନିଜ ଆପ୍ ହଟସଟ୍ ପାଇଁ ମୋ ସହ ସମ୍ପର୍କ କରିଥିଲେ ।
ଦ୍ବିତୀୟ ପୋଷ୍ଟରେ ସେ ଲେଖିଛନ୍ତି ଯେ, ସେ ଭାବି ପାରୁ ନାହାଁନ୍ତି ଯେ, ରାଜ କୁନ୍ଦ୍ରା ଭଳି ଜଣେ ଭଲ ମଣିଷ ଲୋକଙ୍କ ଭାବନା ସହ ଖେଳୁଥିଲା । ଏହା ସେତେବେଳେ ତାଙ୍କୁ ଏକ ସ୍କାମ ଭଳି ଲାଗୁଥିଲା । ଭଗବାନ ଏଭଳି ମଣିଷ ଜେଲରେ ହିଁ ରହିବା ଦରକାର ।



