Wednesday, November 11, 2026
Home ଆଞ୍ଚଳିକ ଓଡିଶା ଗସ୍ତରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ

ଓଡିଶା ଗସ୍ତରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ

23

ଭୁବନେଶ୍ୱର, ୨୨/୦୭/୨୧ (ଜିଲ୍ଲା ଖବର) :  ଓଡ଼ିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ । ଏହି ଗସ୍ତ ସମୟରେ ତିନି ଦିନ ଧରି ଓଡ଼ିଶାର ସାଙ୍ଗଠନିକ ସ୍ଥିତି ନେଇ କରିବେ ପୃଥକ ପୃଥକ ଆଲୋଚନା ।

ବିଭିନ୍ନ ଜିଲ୍ଲା ବୁଲିବା ସହ ବୁଥ୍, ମଣ୍ଡଳ ସ୍ତରୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ । ଦଳର ସାଂଗଠନିକ ସ୍ଥିତି ନେଇ ହେବ ବିସ୍ତୃତ ଆଲୋଚନା । ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ ।

ଦଳର ବରିଷ୍ଠ ପଦାଧିକାରୀ ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତୃଣମୂଳ ସ୍ତରରେ ଦଳକୁ ଆହୁରି ସୁଦୃଢ଼ କରିବାକୁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ରୋଡ଼ମ୍ୟାପ ।