Friday, November 13, 2026
Home ଆଞ୍ଚଳିକ ଚର୍ଚ୍ଚାରେ ମୌନି ରୟଙ୍କ ସରାରା ସେଟ୍

ଚର୍ଚ୍ଚାରେ ମୌନି ରୟଙ୍କ ସରାରା ସେଟ୍

23

ନୂଆଦିଲ୍ଲୀ,୨୨/୦୭/୨୧ (ଜିଲ୍ଲା ଖବର) : ସୋସିଆଲ ମିଡିଆରେ ବେଶ ସକ୍ରିୟ ଅଭିନେତ୍ରୀ ମୌନି ରୟ । ଅନେକ ସମୟରେ ସେ ଫଟୋ ଏବଂ ଭିଡିଓ ସେୟାର କରି ,ଫ୍ୟାନ୍ସଙ୍କ ସହ ଯୋଡି ହୋଇ ରୁହନ୍ତି । ତେବେ ଅଭିନେତ୍ରୀ ପ୍ରାୟତଃ କୁର୍ତ୍ତା, ସରାରା , ଶାଢୀ ଆଦି ପିନ୍ଧିବାକୁ ବେଶୀ ପସନ୍ଦ କରନ୍ତି । ଖାସ କରି ଟ୍ରାଡିସନାଲ ଆଉଟଫିଟକୁ ସେ ଅଧିକ ପସନ୍ଦ କରନ୍ତି । ଏକଥା ଆମେ କହୁନୁ ବରଂ ଏକଥା ସେ ପୋଷ୍ଟ କରୁଥିବା ଫଟୋ କୁହେ ।  ନିକଟରେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ସରାରା ସେଟ ପିନ୍ଧିଥିବା ନଜର ଆସୁଛନ୍ତି । ଏହି ସରାରା ସେଟରେ ସେ ଖୁବ୍ ସୁନ୍ଦର ଲାଗୁଛନ୍ତି ।

ମୌନି ରୟ ପିନ୍ଧିଥିବା ଏହି ଆଉଟଫିଟ ଧନକ ନାମକ ଏକ ବ୍ରାଣ୍ଡର ଅଟେ । ଏହା ଧନକ ଓ୍ବେବସାଇଟରେ ଉପଲବ୍ଧ । ଯାହାର ପ୍ରକୃତ ମୂଲ୍ୟ ହେଉଛି ୭,୮୫୦ ଟଙ୍କା । ତାଙ୍କର ଏହି ଫଟୋକୁ ଫ୍ୟାନ୍ସ ବେଶ ପସନ୍ଦ କରିବା ସହିତ, ନିଜ ନିଜର ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଛନ୍ତି ।