Tuesday, October 13, 2026
Home ଅପରାଧ 10 ବାଇକ ଜବତ, 4 ଚୋର ଗିରଫ ।

10 ବାଇକ ଜବତ, 4 ଚୋର ଗିରଫ ।

22

ରାୟଗଡା , ୨୨/୦୭/୨୧ (ଜିଲ୍ଲା ଖବର) : ଗୁଣୁପୁର ପୋଲିସକୁ ଏକ ଜବରଦସ୍ତ ସଫଳତା ମିଳିଛି।ଗତ 17.7.21ରେ ଗୁଣୁପୁର ନିକଟ ବଡ କାଲମା ଗାଁର ସୁଦର୍ଶନ ଶବରଙ୍କ ବାଇକ ଚୋରି ଯୋଗୁଁ ଥାନାରେ ଏତାଲା ଦେଇଥିଲେ। କେସ ନଂ 89/17.7.21ରେ ପୋଲିସ ତଦନ୍ତ ଜାରି ରଖିଥିଲା।ମାତ୍ର 48 ଘଣ୍ଟା ନ ପୁରୁଣୁ ପୋଲିସ ଲିମମେଡାର ଦେବେନ୍ଦ୍ର ଗୌଡ଼ ଓରଫ ଭାଲୁ,ଆଚବା ଗାଁର ବିଦ୍ୟାଧର ଧୋବା,ଚାଲକମ୍ବାର ଦିପୁ ଶବର ଓ ବଡ କୁଜେନ୍ଦ୍ରୀର ଚୈତନ୍ୟ ନାଗବଂଶଙ୍କୁ ଗିରଫ କରି 10ଟି ବାଇକ5ଟି ହିରୋ ଡିଲକ୍ସ,1 ସିବିଜେଡ,1 ୟୁନିକର୍ଣ,1 ସୁପର ସ୍ପେଣ୍ଡର,1 ପଲସର ଓ ଗୋଟିଏ ପେସନ ବାଇକ ଜବତ କରିଛି।ଏସଡିପିଓ ଅଜୟ ବାରିକ ଓ ଆଇଆଇସି ଯଶୋବନ୍ତ ହିଆଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସଫଳତା ମିଳିଛି।କେସ ନଂ U/S.379.IPC ରେ ରୁଜ୍ଜୁ କରାଯାଇ କୋର୍ଟକୁ ପଠା ଯାଇଛି ।