ଆଜି ସୌମ୍ୟଙ୍କ ଦଶାହ, ଉପସ୍ଥିତ ନାହାନ୍ତି ପତ୍ନୀ

38

ବାଲେଶ୍ୱର, ୨୨/୦୭/୨୧ (ଜିଲ୍ଲା ଖବର) : ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ।  ସୌମ୍ୟଙ୍କ ଦଶାହରେ ସାମିଲ ହେଲେନି ପତ୍ନୀ ବିଦ୍ୟା । ଆଜି ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଧିନ ବେଗୁନିଆ ଗାଁରେ ଏସିଏଫ ସୌମ୍ୟ ରଞ୍ଜନଙ୍କ ଦଶାହ କର୍ମ ହୋଇଛି । ହେଲେ ଏହି ଦଶାହ କର୍ମରେ ଉପସ୍ଥିତ ନାହାଁନ୍ତି ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ । 

ଅନ୍ୟପଟେ ଆଜି କ୍ରାଇମବ୍ରାଞ୍ଚର ଏକ ଟିମ୍ ପାରଳାଖେମୁଣ୍ଡି ସ୍ଥିତ ସୌମ୍ୟଙ୍କ ବାସଭବନରେ ପହଞ୍ଚିଛି । କ୍ରାଇମବ୍ରାଞ୍ଚ ପୋଲିସକୁ ତଦନ୍ତ ରେ ସାହାଯ୍ୟ କରୁଛି । ସେହିପରି ଆଜି ଡିଏଫଓ ସଂଗ୍ରାମ ବେହେରା ଓ ଓଆଇସି ମମତା ପଣ୍ଡାଙ୍କୁ ଜେରା କରିପାରେ ବୋଲି କୁହାଯାଉଛି ।