Wednesday, October 14, 2026
Home ଆଞ୍ଚଳିକ ସୁନାବେଶରେ ଭାଙ୍ଗିଲା ମହାପ୍ରଭୁଙ୍କ ସୁନା କିରୀଟ

ସୁନାବେଶରେ ଭାଙ୍ଗିଲା ମହାପ୍ରଭୁଙ୍କ ସୁନା କିରୀଟ

8

ପୁରୀ,୨୨/୦୭/୨୧ (ଜିଲ୍ଲା ଖବର) :  ସୁନାବେଶରେ ଭାଙ୍ଗିଲା ମହାପ୍ରଭୁଙ୍କ ସୁନା କିରୀଟ । ଭଗ୍ନ କିରୀଟ ପରିଧାନ କରି ଦର୍ଶନ ଦେଲେ ମହାପ୍ରଭୁ । ବେଶ ସମୟରେ କିରୀଟର ବାମ ପାର୍ଶ୍ୱରେ ଥିବା ତୃତୀୟ କିଆ ପାଖୁଡ଼ା ଭାଙ୍ଗିଯାଇଥିବା ଜଣାପଡ଼ିଛି ।

ଭଣ୍ଡାର ଘରୁ ଆସିବା ବେଳେ ଏହା ଠିକ ଥିଲା । ହେଲେ ରଥକୁ ବିଜେ ସମୟରେ ଏଡା ଖସି ପଡ଼ିଥିବା କହିଛନ୍ତି ସେବକ । ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅବଗତ ଅଛନ୍ତି କି ନାହିଁ ତାହା ଜଣାପଡ଼ି ନାହିଁ ।

ସୂଚନାନୁଯାୟୀ, ସୁନାବେଶ ପାଇଁ କଡା ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର । ମାର୍କେଟ ଛକରୁ କାକୁଡିଖାଇ ଛକ ଓ ଶ୍ରୀମନ୍ଦିରର ଚତୁପାର୍ଶ୍ବ ଅଞ୍ଚଳରେ କର୍ଫ୍ୟୁ ବା 144 ଧାରା ଜାରି କରାଯାଇଛି । 24 ତାରିଖ ଅର୍ଥାତ ନୀଳାଦ୍ରୀବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚତୁପାର୍ଶ୍ବ ଅଞ୍ଚଳରେ 144 ଧାରା ବଳବତ୍ତର ରହିବ ।

ଆଜି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ ।